ନ୍ୟୁଜ ଡେକ୍ସ: ଶ୍ରୀକ୍ଷେତ୍ରରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବାକୁ ପରିବାର ସହ ଶୀକ୍ଷେତ୍ର ମାଟିରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଅଭିମୁଖେ ବାହାରି ଥିଲେ ଗୌତମ ଆଦାନୀ । ପୁରୀରେ ପହଞ୍ଚିବା ପରେ ସପରିବାର ସହ ରଥାରୂଢ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଗୌତମ ଆଦାନୀ ।
ସେପଟେ ଶୁକ୍ରବାର ପୂର୍ବରୁ, ଆଦାନୀ ଗ୍ରୁପ୍ ମହାକୁମ୍ଭ ପରି ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ‘ପ୍ରସାଦ ସେବା’ ଆୟୋଜନ କରିଥିଲା। ଏହାର ଉଦ୍ଦେଶ୍ୟ ହେଉଛି ପୁରୀକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ପରିଷ୍କାର ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା । ଶୁକ୍ରବାର ଏନେଇ ଆଦାନୀ ଇନଷ୍ଟାଗ୍ରାମରେ ତାଙ୍କ ଅଫିସିଆଲ୍ ଆକାଉଣ୍ଟରେ ପୋଷ୍ଟ କରି ଲେଖିଥିଲେ, “ଆଜିଠାରୁ ଆରମ୍ଭ ହେଉଥିବା ଏହି ଦିବ୍ୟ ଯାତ୍ରା ହେଉଛି ସେହି ମୁହୂର୍ତ୍ତ ଯେତେବେଳେ ଭଗବାନ ନିଜେ ତାଙ୍କ ଭକ୍ତଙ୍କ ମଧ୍ୟରେ ଆସି ଦର୍ଶନ ଦିଅନ୍ତି।
ଏହା କେବଳ ଏକ ଯାତ୍ରା ନୁହେଁ, ବରଂ ଭକ୍ତି, ସେବା ଏବଂ ସମର୍ପଣର ଏକ ଅନନ୍ୟ ଉତ୍ସବ। ଏହି ପବିତ୍ର ଅବସରରେ, ଆଦାନୀ ପରିବାର ସମ୍ପୂର୍ଣ୍ଣ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଲକ୍ଷ ଲକ୍ଷ ଭକ୍ତଙ୍କ ସେବା କରିବାକୁ ଉତ୍ସର୍ଗୀକୃତ।ପ୍ରତ୍ୟେକ ଭକ୍ତ ଯେପରି ସ୍ୱଚ୍ଛ, ପୁଷ୍ଟିକର ଏବଂ ପ୍ରେମପୂର୍ଣ୍ଣ ଭାବରେ ପରିବେଷଣ କରାଯାଇଥିବା ଖାଦ୍ୟ ପାଆନ୍ତି ତାହା ନିଶ୍ଚିତ କରିବାର ସଂକଳ୍ପ ସହିତ, ଆମେ ପୁରୀ ଧାମରେ ’ପ୍ରସାଦ ସେବା’ ଆରମ୍ଭ କରିଛୁ।

