Sun. Apr 19th, 2026

ନ୍ୟୁଜ ଡେକ୍ସ : ପୁରୀକୁ ପୌର ନିଗମ ଘୋଷଣା କରାଯାଇବା ପରେ ପୌରନିଗମ ନିର୍ଦ୍ଦେଶାଳୟ ପକ୍ଷରୁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏହାକୁ ନେଇ ସାଧାରଣ ଲୋକଙ୍କୁ ୧୦ ଦିନ ମଧ୍ୟରେ ଆପତ୍ତି ଓ ପ୍ରସ୍ତାବ ଦାଖଲ କରିବାକୁ ଅନୁରୋଧ କରାଯାଇଛି।ପୂର୍ବରୁ ପୁରୀ ପୌର ପରିଷଦରେ ୩୨ଟି ୱାର୍ଡ ଥିବାବେଳେ ଏବେ ପୌର ନିଗମ ଘୋଷଣା ପରେ ୱାର୍ଡ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି।

ଏହି ୱାର୍ଡଗୁଡ଼ିକ ମଧ୍ୟରୁ ୧୭ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ କରିବାକୁ ଯୋଜନା ହୋଇଛି। ଏହା ସହିତ ୨ଟି ୱାର୍ଡ ଅନୁସୂଚିତ ଜାତି ମହିଳା, ଗୋଟିଏ ୱାର୍ଡ ଅନୁସୂଚିତ ଜାତି ଏବଂ ଗୋଟିଏ ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୯ ଓ ୩୩ ନମ୍ବର ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

୮ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ୩୪ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ନିର୍ଦ୍ଧାରିତ ହୋଇଛି।ଏହାଛଡ଼ା ୩୮, ୧୨, ୩୨, ୩୫, ୧୪, ୩୬, ୧୦, ୩୭, ୩୦, ୨୯, ୩୧, ୧୮, ୨୩, ୨୧, ୫, ୪ ଓ ୩ ନମ୍ବର ୱାର୍ଡଗୁଡ଼ିକୁ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ପୌରନିଗମ ପକ୍ଷରୁ ଏହି ପ୍ରସ୍ତାବିତ ସଂରକ୍ଷଣ ତାଲିକା ଉପରେ ଲୋକମତ ଗ୍ରହଣ କରାଯାଉଥିବା ବେଳେ, ମିଳୁଥିବା ଆପତ୍ତି ଓ ପ୍ରସ୍ତାବ ଆଧାରରେ ଅନ୍ତିମ ତାଲିକା ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *