ନ୍ୟୁଜ ଡେକ୍ସ : ଚୈତ୍ର ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ Narendra Modi ନିଜ ଫେସବୁକ୍ ପୋଷ୍ଟରେ ‘ଦୁର୍ଗତି ନାଶିନୀ ମା’ ଭକ୍ତିମୟ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି। ଏହି ଗୀତର କଣ୍ଠଶିଳ୍ପୀ ହେଉଛନ୍ତି ଓଡିଆ ଝିଅ ଦୀପ୍ତିରେଖା ପାଢ଼ୀ, ଯାହା ନେଇ ରାଜ୍ୟରେ ଗର୍ବ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି।ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଦେବୀଙ୍କ ପ୍ରତି ଭକ୍ତିରେ ଅପାର ଶକ୍ତି ଅଛି।
ଦେବୀଙ୍କ ଆରାଧନା ମନକୁ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ କରିଥାଏ ଓ ଜୀବନରେ ନୂଆ ଉତ୍ସାହ ଆଣିଥାଏ।ଏହାକୁ ନେଇ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ କେବେ ଭାବି ନଥିଲେ ତାଙ୍କ ଗାଇଥିବା ଭକ୍ତି ଗୀତକୁ ପ୍ରଧାନମନ୍ତ୍ରୀ ନିଜେ ସେୟାର କରିବେ।
ଏହି ଘଟଣା ତାଙ୍କ ପାଇଁ ବଡ଼ ସମ୍ମାନ ଓ ଅନୁପ୍ରେରଣା ହେବା ସହ ଆଗାମୀ ଦିନରେ ସଙ୍ଗୀତ ମାଧ୍ୟମରେ ଆହୁରି ଭଲ କାମ କରିବାକୁ ପ୍ରେରଣା ଦେଇଛି।ଏହି ଘଟଣା ଓଡିଶାର ପ୍ରତିଭାକୁ ଜାତୀୟ ସ୍ତରରେ ଆହୁରି ଏକ ପରିଚୟ ଦେଇଥିବା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

