ନ୍ୟୁଜ ଡେକ୍ସ : ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରି ବିଜେଡିରୁ ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳଙ୍କୁ ନିଲମ୍ବନ କରାଯାଇଛି। ବିଜୁ ଜନତା ଦଳ ପକ୍ଷରୁ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗରେ ଏହି କାର୍ଯ୍ୟନୁଷ୍ଠାନ ନିଆଯାଇଛି।ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ନିଲମ୍ବନ ହୋଇଥିବା ସୂଚନା ମିଳିଛି।
ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ତାଙ୍କ ପତ୍ନୀ, ପୂର୍ବତନ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ବିରୋଧରେ ଦଳ ଶିସ୍ତଭଙ୍ଗ ଅଭିଯୋଗ ଉଠିଥିବା କୁହାଯାଉଛି।ଏହି ନିଲମ୍ବନ ପଛରେ ବିଭିନ୍ନ କାରଣକୁ ନେଇ ଏବେ ରାଜନୀତିକ ମହଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ମୁକ୍ତିକାନ୍ତ ମଣ୍ଡଳ ୨୦୧୪ରେ ଧାମନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ମଞ୍ଜୁଲତା ମଣ୍ଡଳ ୨୦୧୯ରେ ଭଦ୍ରକ ଲୋକସଭା ଆସନରୁ ସାଂସଦ ଭାବେ ଜିତିଥିଲେ।ଦଳର ଏହି ନିଷ୍ପତ୍ତି ପରେ ଆଗାମୀ ଦିନରେ ଏହାର ପ୍ରଭାବ କେମିତି ପଡ଼ିବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।

