Sun. Apr 19th, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆହୁରି ଭୟଙ୍କର ମୋଡ଼ ନେଇଛି। ପ୍ରତିଶୋଧର ନିଆଁରେ ଜଳୁଥିବା ଇରାନ ଦୁବାଇର ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣରେ ଦୁବାଇ ସହରର କିଛି ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ଇରାନୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଦୁବାଇ ଓ ଆବୁଧାବିର ପର୍ଯ୍ୟଟନ ଓ ଜନବହୁଳ ଅଞ୍ଚଳକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଛି।

ବିଳାସପୂର୍ଣ୍ଣ ହୋଟେଲ୍ ଓ ବିମାନବନ୍ଦର ନିକଟରେ ମଧ୍ୟ ବିସ୍ଫୋରଣ ଘଟିଥିବା ଖବର ମିଳିଛି। ବିଶ୍ୱର ସର୍ବାଧିକ ଉଚ୍ଚ ଭବନ ବୁର୍ଜ ଖଲିଫା ନିକଟରେ ମଧ୍ୟ ଏକ କ୍ଷେପଣାସ୍ତ୍ର ପଡ଼ିଥିବା ଜଣାପଡ଼ିଛି। ଏହି ଆକ୍ରମଣ ଫଳରେ ଦୁବାଇର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠିଛି।ଏପର୍ଯ୍ୟନ୍ତ ବିଶ୍ୱ ଭାବୁଥିଲା ଯେ ମଧ୍ୟପ୍ରାଚ୍ୟର ଯୁଦ୍ଧର ପ୍ରଭାବ ଦୁବାଇ ଉପରେ ପଡ଼ିବ ନାହିଁ। କିନ୍ତୁ ଆୟାତୋଲ୍ଲା ଖାମେନିଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଇରାନ ଆମେରିକାର ନିକଟତମ ସହଯୋଗୀ ଭାବରେ ପରିଚିତ ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ଆକ୍ରମଣ କରିଥିବା କୁହାଯାଉଛି।

ଅନ୍ୟପଟେ ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ସଂଘର୍ଷ ମଧ୍ୟ ତୀବ୍ର ହୋଇଛି। ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସୋମବାରଠାରୁ ଇସ୍ରାଏଲୀ ବିମାନ ଆକ୍ରମଣରେ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୬୮୩ ଜଣ ଆହତ ହୋଇଛନ୍ତି। ପୂର୍ବରୁ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୦ ଥିବା ବେଳେ ଏହା ଏବେ ୧୨୩କୁ ବଢ଼ିଛି।ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୀବ୍ର ହେଉଥିବାରୁ ସମଗ୍ର ବିଶ୍ୱରେ ଚିନ୍ତା ବଢ଼ିଛି ଏବଂ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ବ୍ୟକ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *