Mon. Apr 20th, 2026

ନ୍ୟୁଜ ଡେକ୍ସ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି ଟଙ୍କା ଜମା ହେବ। ପୂର୍ବ ଘୋଷଣା ଅନୁସାରେ ଡିବିଟି ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ପଠାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।ଏହି ପର୍ଯ୍ୟାୟରେ ମୋଟ ୫ ହଜାର କୋଟିରୁ ଅଧିକ ଟଙ୍କା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।

ସେଥିପାଇଁ ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ମଧ୍ୟ ଏହି ଯୋଜନାର ଟଙ୍କା ପାଇବେ।ସୁଭଦ୍ରା ଯୋଜନାର ହିତାଧିକାରୀ ତାଲିକା ବଦଳିବା ଏକ ନିରନ୍ତର ପ୍ରକ୍ରିୟା ଥିବା ସରକାର କହିଛନ୍ତି। ଯେଉଁମାନେ ୨୧ ବର୍ଷ ବୟସରେ ପ୍ରବେଶ କରିବେ ସେମାନଙ୍କୁ ଏହି ତାଲିକାରେ ସାମିଲ କରାଯିବ। ଏହାସହ ୬୦ ବର୍ଷ ଉର୍ଦ୍ଧ୍ବ ହେଲେ ସେମାନଙ୍କୁ ପେନସନ ତାଲିକାକୁ ସ୍ଥାନାନ୍ତର କରାଯିବ।

ପୂର୍ବରୁ ସୁଭଦ୍ରା ଯୋଜନାର ୩ଟି କିସ୍ତିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ପ୍ରତ୍ୟେକ ୧୫ ହଜାର ଟଙ୍କା ପାଇସାରିଛନ୍ତି। ତେବେ ଯାଞ୍ଚ ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଆଯାଇଛି। ପୁନଃ ଭେରିଫିକେସନ ସମୟରେ ଯେଉଁମାନେ ଯୋଗ୍ୟ ବୋଲି ପ୍ରମାଣିତ ହୋଇଥିଲେ ସେମାନଙ୍କୁ ମଧ୍ୟ ସରକାର ଟଙ୍କା ପଠାଇଥିଲେ। ସେମାନେ ମଧ୍ୟ ଆଜି ୪ର୍ଥ କିସ୍ତିର ଟଙ୍କା ପାଇବେ।

Leave a Reply

Your email address will not be published. Required fields are marked *