Fri. Apr 17th, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏସଆଇଆର୍ କାର୍ଯ୍ୟରେ ନିୟୋଜିତ ୭ ଜଣ ନ୍ୟାୟିକ ଅଧିକାରୀଙ୍କୁ ଗତ ୧ ତାରିଖରେ ପ୍ରାୟ ୭ ଘଣ୍ଟା ଧରି ବିନା ଖାଦ୍ୟ ଓ ପାନୀୟରେ ଅଟକ ରଖାଯାଇଥିବା ଘଟଣାକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ବଢ଼ିଛି। ଭୋଟର ତାଲିକାରୁ ବାଦ୍ ପଡିଥିବା କିଛି ଲୋକ ଏହି ଅଧିକାରୀମାନଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ଏହି ଘଟଣାକୁ ଗୁରୁତ୍ୱ ସହ ନେଇ ସୁପ୍ରିମକୋର୍ଟ ଗତକାଲି ଅସନ୍ତୋଷ ପ୍ରକାଶ କରିଥିବା ସହ ପଶ୍ଚିମବଙ୍ଗ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ନ୍ୟାୟିକ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କୁ ଏପରି ଭାବେ ଅଟକ ରଖାଯିବା ଘଟଣାକୁ ଗଭୀର ଚିନ୍ତାଜନକ ବୋଲି କୁହାଯାଇଛି।ଅନ୍ୟପଟେ, ଏହି ଘଟଣାର ତଦନ୍ତ ପାଇଁ ୨୪ ଜଣିଆ ଏନଆଇଏ ଟିମ୍‌ ମାଲଦାର ମୋଥାବରୀ ଓ କାଳିଆଛକ ଥାନା ଅଞ୍ଚଳରେ ପହଞ୍ଚିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ କମିସନଙ୍କ ମାଧ୍ୟମରେ ଏହି ସଂଘୀୟ ତଦନ୍ତ ସଂସ୍ଥାକୁ ମୁତୟନ କରାଯାଇଛି।

ତଦନ୍ତ ଅବଧିରେ ଏନଆଇଏ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ମୋଥାବରୀ ଓ କାଳିଆଛକ ଥାନାରେ ମୋଟ ୧୯ଟି ମାମଲା ରୁଜୁ ହୋଇଛି। ଏହି ମାମଲାରେ ମାଷ୍ଟରମାଇଣ୍ଡ ସହିତ ମୋଟ ୩୫ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଥିବା ବେଳେ ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *