Mon. Apr 20th, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ପକ୍ଷରୁ ଆସନ୍ତା ୨୫ ତାରିଖରେ ଆୟୋଜିତ ହେବାକୁ ଯାଉଛି ବିଶାଳ ମେଗା ନିଯୁକ୍ତି ମେଳା। ୧୩ଟି ବିଭାଗରେ ମୋଟ ୭ ହଜାରରୁ ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କୁ ଏହି ଦିନ ନିଯୁକ୍ତି ପତ୍ର ବଣ୍ଟନ କରାଯିବ। ଏନେଇ ସମ୍ପୂର୍ଣ୍ଣ ତାଲିକା ମଧ୍ୟ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତ ହୋଇସାରିଛି।କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଥିବା ଏହି ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ନିଯୁକ୍ତିପତ୍ର ବଣ୍ଟନ କରିବେ।

ଗତକାଲି ଏନେଇ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଗତକାଲି ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ, ଗୃହ ବିଭାଗରେ ୨୩୫୦ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ହେବ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୭୫୦ ଜଣଙ୍କୁ ନିଯୁକ୍ତି ଦିଆଯିବ।

ଜଙ୍ଗଲ ଓ ପରିବେଶ ବିଭାଗରେ ୧୭୫୦, ସୂଚନା ଓ ଲୋକସଂପର୍କ ବିଭାଗରେ ୩୯, ଉଚ୍ଚଶିକ୍ଷାରେ ୭୪, ଜଳ ସଂପଦ ବିଭାଗରେ ୩୬, ଶ୍ରମ ବିଭାଗରେ ୧୫, ଇସ୍ପାତ ଓ ଖଣି ବିଭାଗରେ ୧୪, ବାଣିଜ୍ୟ ଓ ପରିବହନ ବିଭାଗରେ ୧୪, ମତ୍ସ୍ୟ ସଂପଦ ବିଭାଗରେ ୨୭, ଯୋଜନା ଓ ସଂଯୋଜନ ବିଭାଗରେ ୮ ଜଣଙ୍କୁ ନିଯୁକ୍ତି ଦିଆଯିବ । ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଏଜିରେ ନିଯୁକ୍ତି ପତ୍ର ବଣ୍ଟନ କରାଯାଇ ପାରେ ।

Leave a Reply

Your email address will not be published. Required fields are marked *