Sat. Apr 18th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଫିସ ଅଡିଟର୍‌ ଅମ୍ବିକା ପ୍ରସାଦ ରଥ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ହାତେନାତେ ଧରିଛି। ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି।ସୂଚନାନୁସାରେ, ଖୋର୍ଦ୍ଧା ଡିଗ୍ରି କଲେଜର ଜଣେ କର୍ମଚାରୀଙ୍କୁ ଏମଏସିପି ଯୋଜନା ଅଧୀନରେ ସେବା ଯାଞ୍ଚ ଓ ପେ ଫିକ୍ସେସନ୍‌ ଠିକ କରି ଦରମା ଉଠାଇବା ପାଇଁ ଅମ୍ବିକା ରଥ ୪ ହଜାର ଟଙ୍କା ଦାବି କରିଥିଲେ।

ଟଙ୍କା ଦେଲେ ଯୋଜନାର ସୁବିଧା ମିଳିବ ବୋଲି କହିଥିବାରୁ କର୍ମଚାରୀ ଜଣକ ଏନେଇ ଭିଜିଲାନ୍ସକୁ ଅବଗତ କରିଥିଲେ।ଯୋଜନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ପରେ ତାଙ୍କୁ ଭିଜିଲାନ୍ସ ସେଲକୁ ନେଇ ପଚାରାଉଚାରା କରାଯାଉଛି।ଚଢାଉ ସମୟରେ ତାଙ୍କ କାର୍ଯ୍ୟାଳୟ ଡ୍ରୟରରୁ ୧ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଥିବା ବେଳେ, ମଧୁସୂଦନନଗରରେ ଥିବା ବାସଭବନରୁ ୨୭ ଲକ୍ଷ ୪୨ ହଜାର ୯ଶହ ଟଙ୍କା ଜବତ କରାଯାଇଛି।

ଏହା ସହ ମୋଟ୍ ୨୮ ଲକ୍ଷ ୭୦ ହଜାର ୯ଶହ ଟଙ୍କା ଜବତ ହୋଇଛି। ଏହାସହ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଶ୍ରୀ ରଥଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ ଚାଲିଥିବା ବେଳେ ଆଗାମୀ ଦିନରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *