ନ୍ୟୁଜ ଡେକ୍ସ : ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ହସ୍ପିଟାଲ ପକ୍ଷରୁ ଜଣାଯାଇଛି ଯେ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ଵାସ୍ଥ୍ୟ ଉପରେ ନିରନ୍ତର ତଦାରଖ ରଖୁଛନ୍ତି।
ଡାକ୍ତରମାନଙ୍କ କହିବା ଅନୁସାରେ ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ ଅବସ୍ଥା ସ୍ଥିର ଅଛି ଓ ଚିନ୍ତାର କୌଣସି ବଡ଼ କାରଣ ନାହିଁ।ଏହି ସମୟରେ ତାଙ୍କ ପୁଅ ରାହୁଲ ଗାନ୍ଧୀଏବଂ କନ୍ୟା ପ୍ରିୟଙ୍କା ଗାନ୍ଧୀସହ ପରିବାର ସଦସ୍ୟମାନେ ହସ୍ପିଟାଲରେ ଉପସ୍ଥିତ ରହିଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ଅଛନ୍ତି।
ଉଲ୍ଲେଖନୀୟ ଯେ, ଏହିବର୍ଷ ଜାନୁଆରୀ ମାସରେ ସୋନିଆ ଗାନ୍ଧୀ ଆସ୍ଥମା ସମସ୍ୟାରେ ପୀଡିତ ଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଦଳ ଓ ସମର୍ଥକମାନଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି।

