Sun. Feb 22nd, 2026

ନ୍ୟୁଜ ଡେକ୍ସ : ନୂଆବର୍ଷ ଆରମ୍ଭ ସହିତ ଡିଜିଟାଲ ପରଦାରେ ଏକ ନୂଆ ଆକ୍ସନ୍ ଝଲକ୍ ନେଇ ଫେରୁଛନ୍ତି ଅଭିନେତ୍ରୀ ଅମୃତା ଖାନଭିଲକର। ତାଙ୍କର ଅପ୍କମିଙ୍ଗ ୱେବ୍ ସିରିଜ୍ ‘ତସ୍କରୀ’ର ଟ୍ରେଲର୍ ରିଲିଜ୍ ହେବା ସହିତ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ପ୍ରଥମ ଥର ପାଇଁ ଡିଜିଟାଲ ମଞ୍ଚରେ ସଂପୂର୍ଣ୍ଣ ଆକ୍ସନ୍ ଅବତାରରେ ନଜର ଆସିବେ ଅମୃତା।ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଆକ୍ସନ୍-ଥ୍ରିଲର୍ ସିରିଜ୍‌ରେ ବଲିଉଡ୍ ଅଭିନେତା ଇମ୍ରାନ ହାଶମି ମୁଖ୍ୟ ଭୂମିକାରେ ଅଛନ୍ତି।

‘ତସ୍କରୀ’ରେ ଅମୃତା ମିତାଲି ଚରିତ୍ରରେ ନଜର ଆସିବେ, ଯିଏ କଷ୍ଟମ୍ ବିଭାଗର ଜଣେ ସାହସୀ ଓ ଦକ୍ଷ ଅଫିସର୍। ଶୋ’ରେ ତାଙ୍କର ଆକ୍ସନ୍ ସିନ୍‌ଗୁଡ଼ିକ ଦର୍ଶକଙ୍କୁ ନୂଆ ଅନୁଭବ ଦେବ ବୋଲି ଆଶା କରାଯାଉଛି। ଆସନ୍ତା ୧୪ ତାରିଖରୁ ନେଟ୍ଫ୍ଲିକ୍ସରେ ପ୍ରସାରିତ ହେବାକୁ ଯାଉଥିବା ‘ତସ୍କରୀ’କୁ ନେଇ ଅମୃତା ଏହାକୁ ନିଜ କ୍ୟାରିଅରର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଷ୍ଟୋନ୍ ବୋଲି କହିଛନ୍ତି।

ତେବେ ଏହି ମାସରେ ଅମୃତାଙ୍କ ପାଇଁ ଆଉ ଏକ ଖୁସି ଖବର ମଧ୍ୟ ରହିଛି। ଡିଜ୍ନୀ ପ୍ଲସ୍ ହଟ୍ଷ୍ଟାରରେ ପ୍ରସାରିତ ହେବାକୁ ଯାଉଥିବା ‘ସ୍ପେସ୍ ଜେନ୍ ଚନ୍ଦ୍ରଯାନ’ ସିରିଜ୍‌ରେ ମଧ୍ୟ ସେ ଦର୍ଶକଙ୍କୁ ମନୋରଞ୍ଜନ କରିବେ, ଯାହା ୨୩ ତାରିଖରୁ ଷ୍ଟ୍ରିମ୍ ହେବ।

Leave a Reply

Your email address will not be published. Required fields are marked *