ନ୍ୟୁଜ ଡେକ୍ସ : ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ କୋଟପାଡ଼ ଶାଢ଼ି ପିନ୍ଧି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ ପାଲଟିଛି। ଓଡ଼ିଶାର ପ୍ରସିଦ୍ଧ କୋଟପାଡ଼ ଶାଢ଼ିକୁ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିବା ପରେ ଫ୍ୟାନ୍ସମାନେ ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି।
ଅଭିନେତ୍ରୀ ଜଣକ ଏହି ଶାଢ଼ିକୁ ‘ପ୍ରିୟ ଓଡ଼ିଶା ବୁଣା କୋଟପାଡ଼ ଶାଢ଼ି’ ବୋଲି ଉଲ୍ଲେଖ କରି ପ୍ରଶଂସା କରିଥିଲେ। ଏହା ପରେ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଐତିହ୍ୟ ପୁଣିଥରେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଏହି ପୋଷ୍ଟକୁ ଓଡ଼ିଶାର ବସ୍ତ୍ର ଓ କାରିଗରୀ ପ୍ରେମୀମାନେ ବ୍ୟାପକ ଭାବରେ ସେୟାର କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ଏକ ସିନେମା ହଲରେ ‘ଭାରତ ଭାଗ୍ୟ ବିଧାତା’ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କଙ୍ଗନା ରଣାୱତ ସହିତ ଅନେକ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ।

