Sat. Jun 13th, 2026

ନ୍ୟୁଜ ଡେକ୍ସ :ଅଭିନେତା ରାମ ଚରଣ ଓ ଜାହ୍ନବୀ କପୁରଙ୍କ ଅଭିନୀତ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ପେଦ୍ଦୀ’ ବକ୍ସ ଅଫିସରେ ଜୋରଦାର ସଫଳତା ହାସଲ କରିଛି। ଚଳଚ୍ଚିତ୍ରରେ ଜାହ୍ନବୀଙ୍କ ଚରିତ୍ରକୁ ନେଇ କିଛି ସମାଲୋଚନା ହୋଇଥିଲେ ମଧ୍ୟ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ଯୋଗୁଁ ଏହା ଦେଶ ଓ ବିଦେଶରେ ଉଲ୍ଲେଖନୀୟ ବ୍ୟବସାୟ କରିବାରେ ସଫଳ ହୋଇଛି।ମୁକ୍ତିଲାଭର ପ୍ରଥମ ତିନି ଦିନ ମଧ୍ୟରେ ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ୨୩୬ କୋଟି ୭୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରିଥିବା ଜଣାପଡ଼ିଛି।

ଏହା ସହିତ ଚଳଚ୍ଚିତ୍ରଟି ୨୦୦ କୋଟି ଟଙ୍କାର ମାଇଲଖୁଣ୍ଟ ଅତିକ୍ରମ କରିଛି। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।‘ଆର୍ ଆର୍ ଆର୍’ ପରେ ରାମ ଚରଣଙ୍କ ପାଇଁ ଏହା ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ପୂର୍ବରୁ ମୁକ୍ତିଲାଭ କରିଥିବା ‘ଆଚାର୍ଯ୍ୟ’ ଓ ‘ଗେମ୍ ଚେଞ୍ଜର୍’ ଆଶାନୁରୂପ ସଫଳତା ପାଇପାରି ନଥିଲା। ତେବେ ‘ପେଦ୍ଦୀ’ ମାଧ୍ୟମରେ ରାମ ଚରଣ ପୁଣିଥରେ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି। ଚଳଚ୍ଚିତ୍ରଟି ଏକ କ୍ରୀଡ଼ାଭିତ୍ତିକ କାହାଣୀ ଉପରେ ଆଧାରିତ।

ଏଥିରେ ପ୍ରଥମ ଥର ପାଇଁ ରାମ ଚରଣ ଓ ଜାହ୍ନବୀ କପୁର ଏକାଠି ପରଦାରେ ନଜର ଆସିଛନ୍ତି। ନିର୍ଦ୍ଦେଶକ ବୁଚି ବାବୁ ସାନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଶିବ ରାଜକୁମାର, ଜଗପତି ବାବୁ, ଦିବ୍ୟେନ୍ଦୁ ଶର୍ମା ଏବଂ ବୋମନ ଇରାନୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।ବକ୍ସ ଅଫିସରେ ଚଳଚ୍ଚିତ୍ରଟିର ଦମଦାର ପ୍ରଦର୍ଶନ ଜାରି ରହିଥିବା ବେଳେ ଆଗାମୀ ଦିନରେ ଏହାର ଆୟ ଆହୁରି ବଢ଼ିବ ବୋଲି ସିନେପ୍ରେମୀ ଓ ବ୍ୟବସାୟ ବିଶ୍ଳେଷକମାନେ ଆଶା ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *