ନ୍ୟୁଜ ଡେକ୍ସ : ସ୍ବାସ୍ଥ୍ୟ ସଚେତନ ଲୋକଙ୍କ ପାଇଁ ଭିଜା କଳା ଚଣା ଏକ ଅପୂର୍ବ ଉପକାରୀ ଖାଦ୍ୟ। ଏହାରେ ଥିବା ପୂର୍ଣ୍ଣ ପୋଷକ ତତ୍ତ୍ୱ ଦୈନନ୍ଦୀନ ଖାଦ୍ୟରେ ସାମିଲ କରିବାକୁ ଅନେକ ଡାକ୍ତର ପରାମର୍ଶ ଦେଇଥାଆନ୍ତି। ଭିଜା କଳା ଚଣାର ପ୍ରମୁଖ ଲାଭଗୁଡିକ ଏହିପରି:ପାଚନକ୍ରିୟା ସୁଦୃଢ କରେ । ଭିଜା କଳା ଚଣାରେ ଫାଇବର ଥାଏ, ଯାହା ଅପଚୟକୁ ଦୂର କରି କୋଷ୍ଠକାଠିନ୍ୟ ଓ ବଦହଜମୀକୁ ହ୍ରାସ କରେ। ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ସଫା ରଖେ।
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ – ଭିଜା କଳା ଚଣା ଖାଇଲେ ରୋଗପ୍ରତିରୋଧକ କ୍ଷମତା ମଜବୁତ ହୁଏ, ଯାହା ଦୈନନ୍ଦୀନ ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣେ।ହାର୍ଟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।ଭିଜା କଳା ଚଣା ରକ୍ତ ପ୍ରବାହକୁ ଉନ୍ନତ କରି ଧମନୀ ଅବରୋଧ କମାଏ। ଏହା ରକ୍ତଚାପ ନିୟନ୍ତ୍ରଣ ଏବଂ ହୃଦୟ ସ୍ୱାସ୍ଥ୍ୟକୁ ସୁଦୃଢ କରେ।
ଓଜନ ନିୟନ୍ତ୍ରଣରେ ସାହାୟକ – ଏହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରାଇ ଖାଦ୍ୟ ଅତ୍ୟଧିକ ଖାଇବାରୁ ବଞ୍ଚାଏ, ମେଟାବୋଲିଜିମକୁ ତ୍ୱରାନ୍ୱିତ କରି ଚର୍ବି ହ୍ରାସରେ ସାହାୟକ। କେଶ ଦୃଢତା ପାଇଁ ଉପକାରୀ । କଳା ଚଣାରେ ପ୍ରୋଟିନ୍, ଜିଙ୍କ୍ ଓ ଭିଟାମିନ୍ ବି୬ ଥାଏ, ଯାହା କେଶ ବୃଦ୍ଧି, ଝଡ଼ିବା ରୋକଥାଏ ଏବଂ ଘନ କରେ। ମାଙ୍ଗାନିଜ୍ କେଶକୁ ଧଳା ହେବାରୁ ରୋକିଥାଏ।ଏହିପରି ଭିଜା କଳା ଚଣା ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟକୁ ସୁଦୃଢ କରି ଦୈନନ୍ଦୀନ ଜୀବନରେ ଶକ୍ତି ଏବଂ ସୁସ୍ଥତା ଆଣିପାରେ। ସ୍ବାସ୍ଥ୍ୟ ସଚେତନ ଲୋକଙ୍କ ପାଇଁ ଏହା ନିୟମିତ ଖାଦ୍ୟ ତାଲିକାରେ ସାମିଲ କରିବା ଅତ୍ୟନ୍ତ ଆବଶ୍ୟକ।

