ନ୍ୟୁଜ ଡେକ୍ସ : ବଲିଉଡ୍ରେ ଏବେ ଡନ ଫ୍ରାଞ୍ଚାଇଜିକୁ ନେଇ ଚର୍ଚ୍ଚା ତୁଙ୍ଗରେ। ରଣବୀର ସିଂଙ୍କ ଆକ୍ସନ ଭିତ୍ତିକ ଫିଲ୍ମ ‘ଧୂରନ୍ଧର’ ବକ୍ସ ଅଫିସରେ ଧୁଆଁ ଉଡାଇ ଚାଲିଥିବାବେଳେ, ତାଙ୍କ ଆଗାମୀ ପ୍ରୋଜେକ୍ଟ ଓ ଫିଲ୍ମ ଚୟନକୁ ନେଇ ମଧ୍ୟ ଦର୍ଶକଙ୍କ ଆଗ୍ରହ ବଢ଼ିଛି। ‘ଧୂରନ୍ଧର’ର ଦ୍ୱିତୀୟ ପାର୍ଟ ଆସନ୍ତା ମାର୍ଚ୍ଚ ୧୯ରେ ରିଲିଜ ହେବାକୁ ଥିବାବେଳେ, ରଣବୀରଙ୍କ ନାମ ଡନ ୩ ସହ ଜଡିତ ହେବା ଘଟଣା ତାଙ୍କ କ୍ୟାରିଅରର ଏକ ବଡ ମୁଡ଼ ପ୍ରମାଣିତ ହୋଇଥିଲା।
ଫରହାନ ଅଖତାର ଶାହାରୁଖ ଖାନଙ୍କ ପରିବର୍ତ୍ତେ ରଣବୀରଙ୍କୁ ଡନ ୩ ପାଇଁ ଚୟନ କରିଥିବା ଘୋଷଣା ପରେ ଫ୍ୟାନ୍ମାନଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ଶାହାରୁଖଙ୍କ ଡନ ଚରିତ୍ର ସହ ଭାବନାତ୍ମକ ଭାବେ ଜଡିତ ଦର୍ଶକଙ୍କ ପାଇଁ ଏହି ପରିବର୍ତ୍ତନ ସହଜ ଥିଲା ନାହିଁ। ଏହା ମଧ୍ୟରେ ରଣବୀର ତାଙ୍କ ଆଗାମୀ ଫିଲ୍ମ ‘ପ୍ରଳୟ’କୁ ଅଧିକ ଗୁରୁତ୍ୱ ଦେବା ନିଷ୍ପତ୍ତି ନେଇଥିଲେ, ଯାହାକୁ ନେଇ ନିର୍ମାତାଙ୍କ ସହ ମତଭେଦ ସୃଷ୍ଟି ହୋଇଥିଲା। ଶେଷରେ ସେ ଡନ ୩ ପ୍ରକଳ୍ପରୁ ସରିଯିବା ନିଷ୍ପତ୍ତି ନେଲେ।ରଣବୀରଙ୍କ ପ୍ରସ୍ଥାନ ପରେ ଡନ ୩ ପାଇଁ ହ୍ରିତିକ ରୋଶନଙ୍କ ସହ ଅନ୍ୟାନ୍ୟ ଟପ୍ ଷ୍ଟାରଙ୍କ ନାମ ଆଲୋଚନାକୁ ଆସିଥିଲା।
କିନ୍ତୁ ସବୁଠାରୁ ବଡ ଟ୍ୱିଷ୍ଟ ହେଉଛି ଶାହାରୁଖ ଖାନଙ୍କ ପୁନରାଗମନ ସମ୍ଭାବନା। ରିପୋର୍ଟ ଅନୁଯାୟୀ, ଶାହାରୁଖ ଡନ ଭୂମିକାରେ ପୁଣିଥରେ ଦର୍ଶକଙ୍କ ସମ୍ମୁଖରେ ଆସିବାକୁ ଆଗ୍ରହୀ ଅଛନ୍ତି, କିନ୍ତୁ ଏଥିପାଇଁ ସେ ଏକ ବଡ ସର୍ତ୍ତ ରଖିଛନ୍ତି।କୁହାଯାଉଛି, ଯଦି ଡନ ୩ରେ ‘ଜୱାନ’ ଫେମ୍ ନିର୍ଦ୍ଦେଶକ ଏଟଲୀଙ୍କୁ ସାମିଲ କରାଯାଏ, ତେବେ ଶାହାରୁଖ ଫିଲ୍ମରେ ଅଭିନୟ କରିବାକୁ ପ୍ରସ୍ତୁତ। ଶାହାରୁଖ ଏହି ଫ୍ରାଞ୍ଚାଇଜିକୁ ଆହୁରି ବଡ ମାପରେ, ଆନ୍ତର୍ଜାତୀୟ ସ୍ତରରେ ନେବାକୁ ଚାହୁଁଛନ୍ତି।
ଏହି ଉଦ୍ଦେଶ୍ୟରେ ସେ ଏଟଲୀଙ୍କ ସହ ମିଶି ଫିଲ୍ମକୁ ଫାଇନାନ୍ସ କରିବା ପାଇଁ ମଧ୍ୟ ପ୍ରସ୍ତୁତ ବୋଲି ଚର୍ଚ୍ଚା ହେଉଛି।ତେବେ ଏସବୁ ଖବରକୁ ନେଇ ଏପର୍ଯ୍ୟନ୍ତ ଫରହାନ ଅଖତାରଙ୍କ ପକ୍ଷରୁ କୌଣସି ଆଧିକାରିକ ବୟାନ ଆସିନାହିଁ। ଡନ ୩ର ଭବିଷ୍ୟତ କଣ ହେବ, ଶାହାରୁଖ ସତରେ ପୁଣି ଡନ ହେବେ କି ନାହିଁ ଏହାକୁ ନେଇ ଦର୍ଶକ ଏବଂ ବଲିଉଡ୍ ମହଳର ଉତ୍ସୁକତା ଦିନକୁ ଦିନ ବଢ଼ିଚାଲିଛି।

