Sat. Feb 21st, 2026

ନ୍ୟୁଜ ଡେକ୍ସ : ‘ଆନିମଲ’ ଫିଲ୍ମର ବିପୁଳ ସଫଳତା ପରେ ଏବେ ରଣବୀର କାପୁରଙ୍କ ଆଗାମୀ ପ୍ରୋଜେକ୍ଟ ‘ଲଭ ଆଣ୍ଡ ୱାର’ ଉପରେ ସମସ୍ତଙ୍କ ନଜର ଟିକିଛି। ସଞ୍ଜୟ ଲୀଲା ଭନ୍ସାଲୀଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମରୁ ମଙ୍ଗଳବାର ରଣବୀର କାପୁର ଓ ଆଲିଆ ଭଟ୍ଟଙ୍କ ଲୁକ ସୋସିଆଲ ମିଡିଆରେ ଲିକ ହୋଇ ମୁହୂର୍ତ୍ତରେ ଭାଇରାଲ ହୋଇଯାଇଛି।

ସୂଚନା ଅନୁସାରେ, ଏହି ଫିଲ୍ମର କାହାଣୀ ୮୦ ଦଶକର ପୃଷ୍ଠଭୂମିରେ ଆଧାରିତ। ସେହି ସମୟକୁ ଧ୍ୟାନରେ ରଖି ରଣବୀର ଓ ଆଲିଆଙ୍କ ଲୁକ ରେଟ୍ରୋ ଷ୍ଟାଇଲରେ ଡିଜାଇନ୍ କରାଯାଇଛି। ଲିକ ହୋଇଥିବା ଫଟୋରେ ରଣବୀର ଖୋଲା କଲର ଓ ନିଶ ସହ ଶାର୍ଟ ପିନ୍ଧିଥିବାବେଳେ, ଆଲିଆ ହେୟାର ବ୍ୟାଣ୍ଡ ସହ ପଛକୁ ଚୁଟି କରିଥିବା ଦେଖାଯାଉଛି। ଏହି ଦୁଇଜଣଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କ ମନ ଜିତୁଛି।ଏହି ଫିଲ୍ମରେ ଭିକ୍କି କୌଶଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ସତ୍ତ୍ୱେ ତାଙ୍କ ଲୁକକୁ ଏପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି, ଯାହାକୁ ନେଇ ଆଉ ଅଧିକ ଉତ୍ସୁକତା ବଢ଼ିଛି। ରଣବୀରଙ୍କ ‘ଆନିମଲ’ ଓ ଭିକ୍କିଙ୍କ ‘ଛାବା’ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବାରୁ, ଏହି ତିନି ତାରକାଙ୍କ ସଂଯୋଗ ପ୍ରଶଂସକଙ୍କ ଆଶାକୁ ଆହୁରି ବଢ଼ାଇଦେଇଛି।

ଭନ୍ସାଲୀଙ୍କ ନାମ ସହିତ ଯୋଡ଼ାଯାଇଥିବା ଯେକୌଣସି ପ୍ରୋଜେକ୍ଟ ଉପରେ ସ୍ୱାଭାବିକଭାବେ ବିଶେଷ ଆଶା ରହିଥାଏ। ‘ପଦ୍ମାବତ’, ‘ଦେବଦାସ’, ‘ବାଜିରାଓ ମସ୍ତାନୀ’ ଓ ‘ହୀରାମଣ୍ଡି’ ପରି ସୁପରହିଟ୍ ପ୍ରୋଜେକ୍ଟ ପାଇଁ ପରିଚିତ ଭନ୍ସାଲୀଙ୍କ ଏହି ନୂଆ ଫିଲ୍ମକୁ ନେଇ ଦର୍ଶକମାନେ ବହୁତ ଆଶାବାଦୀ।ତେବେ ଏହି ଲିକ ହୋଇଥିବା ଫଟୋ ସମ୍ପର୍କରେ ଏପର୍ଯ୍ୟନ୍ତ ମେକର୍ସ ପକ୍ଷରୁ କୌଣସି ଆଧିକାରିକ ବୟାନ ଆସିନାହିଁ। ତଥାପି, ‘ଲଭ ଆଣ୍ଡ ୱାର’ ଏବେଠାରୁ ବଲିଉଡର ସବୁଠୁ ଚର୍ଚ୍ଚିତ ଫିଲ୍ମମାନଙ୍କ ମଧ୍ୟରେ ସ୍ଥାନ ନେଇସାରିଛି।

Leave a Reply

Your email address will not be published. Required fields are marked *