ନ୍ୟୁଜ ଡେକ୍ସ: ଆଉ କିଛି ସମୟ ପରେ ଘୋଷଣା ହେବାକୁ ଯାଉଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ । ତେବେ ଏହାକୁ ନେଇ ଏବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଛି।
ଏହାସହ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି ଝାଡଖଣ୍ଡ ସିଏମ୍। ସେ କହିଛନ୍ତି ପୂର୍ବରୁ ବିଜେପି ନେତାମାନେ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିବେ ବୋଲି ଜାଣିଥିଲେ। ପୂର୍ବରୁ ବିଜେପି ନେତାମାନେ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିବା କଥା ଜାଣିଥିଲେ ବୋଲି ଜେଏମ୍ଏମ୍ ନେତା ମନୋଜ ପାଣ୍ଡେ ଅଭିଯୋଗ ଆଣିଛନ୍ତି। ଏଥିସହ ସେ ନିର୍ବାଚନ ଆୟୋଗଙ୍କୁ ବିଜେପି ହାତର କାଠ କଣ୍ଢେଇ କହି ଟାର୍ଗେଟ୍ କରିଛନ୍ତି।ନିର୍ବାଚନ ଆୟୋଗ ବିଜେପି ହାତର କାଠ କଣ୍ଢେଇ ବୋଲି କହି ବର୍ଷିଛନ୍ତି ହେମନ୍ତ ସୋରେନ। ସେ ପୁଣି କହିଛନ୍ତି, ସୋମବାର ବିଜେପିର ଶୀର୍ଷ ନେତୃତ୍ୱ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ବିଳମ୍ବିତ ରାତି ଯାଏ ବୈଠକ କରିଥିଲେ ।
ଆଉ ଏହି ବୈଠକରେ ନିର୍ବାଚନ ସଂକ୍ରାନ୍ତୀୟ ରଣନୀତି ପ୍ରସ୍ତୁତି ହୋଇଛି। କିନ୍ତୁ ବିଜେପିର ବୈଠକ ଶେଷ ହେବା ପରେ ପରେ ନିର୍ବାଚନ କମିଶନର ଆଜି ଅପରାହ୍ଣ ୩ଟା ୩୦ରେ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ବିଜେପିର ବୈଠକ ଓ ନିର୍ବାଚନ କମିଶନରଙ୍କ ତାରିଖ ଘୋଷଣା ସମୟକୁ ନେଇ ଏବେ ପ୍ରଶ୍ନ ଉଠାଇଛି ଝାଡ଼ଖଣ୍ଡର ଶାସକ ଦଳ।