Sat. Feb 21st, 2026

ନ୍ୟୁଜ ଡେକ୍ସ : ଶାହାରୁଖ ଖାଁଙ୍କ ଆସନ୍ତା ଆକ୍ସନ ଥ୍ରୀଲର ଫିଲ୍ମ କିଙ୍ଗକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଉତ୍ସୁକତା ଆଉ ବଢିଛି। ଏହି ଫିଲ୍ମରେ ଅଭିଷେକ ବଚ୍ଚନ ଅଭିନୟ କରୁଥିବାକୁ ସେ ନିଜେ ସ୍ପଷ୍ଟ କରିଛନ୍ତି। ଏହା ପରେ ତାଙ୍କର ନୂଆ ଲୁକ ଓ ଭୂମିକାକୁ ନେଇ ଦର୍ଶକଙ୍କ ଉତ୍ସୁକତା ବେଶ ବଢିଛି, ଯଦିଓ ସେ ନିଜ ଭୂମିକା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି।ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା କିଙ୍ଗ ଏକ ଆକ୍ସନ ଥ୍ରୀଲର ଫିଲ୍ମ।

ଏଥିରେ ଶାହାରୁଖଙ୍କ ସହ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ସହ ଶାହାରୁଖଙ୍କ ଝିଅ ସୁହାନା ଖାଁ ଏହି ଫିଲ୍ମ ମାଧ୍ୟମରେ ବଡ ପରଦାରେ ପ୍ରଥମ ଥର ପ୍ରବେଶ କରୁଛନ୍ତି।ଫିଲ୍ମରେ ଅର୍ଶାଦ ୱାରସୀ, ଜୟଦୀପ ଅହଲୱାତ, ରାଘବ ଜୁୟାଲ ଓ ସୌରଭ ଶୁକ୍ଲା ମଧ୍ୟ ଅଭିନୟ କରୁଛନ୍ତି। ଅନ୍ୟ ଏକ ରିପୋର୍ଟ ଅନୁସାରେ ଅନୀଲ କାପୁର ଓ ରାଣୀ ମୁଖର୍ଜୀ ମଧ୍ୟ ଏହି ଫିଲ୍ମର ଅଂଶ ହୋଇପାରନ୍ତି।

ପଠାନ ପରେ ଶାହାରୁଖ ଓ ସିଦ୍ଧାର୍ଥ ଆନନ୍ଦଙ୍କ ଏହା ଦ୍ୱିତୀୟ ସହଯୋଗ। କିଙ୍ଗ ଆସନ୍ତା ଡିସେମ୍ବର ୨୪ରେ ରିଲିଜ ହେବ। ସୁହାନାଙ୍କ ପାଇଁ ଏହା ପ୍ରଥମ ବଡ ପରଦାର ଫିଲ୍ମ ହେବାରୁ ଶାହାରୁଖ ଏହାକୁ ନେଇ ବେଶ ସଚେତନ ଓ ଯତ୍ନଶୀଳ ଅଛନ୍ତି। ଫିଲ୍ମର ରିଲିଜ ତାରିଖ ସମ୍ପର୍କରେ ଶାହାରୁଖ ନିକଟରେ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *