ନ୍ୟୁଜ ଡେକ୍ସ : ଦକ୍ଷିଣ ଭାରତୀୟ ସିନେମାର ଦୁଇ ଚର୍ଚ୍ଚିତ ତାରକା Allu Arjun ଏବଂ Kajal Aggarwal ପ୍ରାୟ ୧୯ ବର୍ଷ ପରେ ଏକ ମଞ୍ଚରେ ଏକାଠି ନଜର ଆସିଛନ୍ତି। ୭୦ତମ ଫିଲ୍ମଫେୟାର ଆୱାର୍ଡସ୍ ସାଉଥ୍ ଅବସରରେ ଏହି ଦୁଇଜଣଙ୍କ ମିଳନ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।ରେଡ୍ କାର୍ପେଟ୍ରେ ଯେତେବେଳେ ଦୁଇଜଣ ଏକାଠି ଦେଖାଦେଲେ, ପ୍ରଶଂସକମାନଙ୍କ ମନକୁ ଫେରିଆସିଲା ସେମାନଙ୍କ ସୁପରହିଟ୍ ଫିଲ୍ମ Arya ଓ Arya 2ର ସୁନାଲି ସ୍ମୃତି।
ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନରେ ଏହି ଯୋଡ଼ି ପରଦାରେ ଯେଉଁ ଯାଦୁ ସୃଷ୍ଟି କରିଥିଲେ, ସେଥିର ସ୍ମୃତି ଆଜି ମଧ୍ୟ ଦର୍ଶକମାନଙ୍କ ମନରେ ସତେଜ ଅଛି।ଅଲ୍ଲୁ ଅର୍ଜୁନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କାଜଲଙ୍କ ସହ ଏକ ସେଲଫି ସେୟାର କରି ‘୧୯ ବର୍ଷ ପରେ ପୁଣି ଦେଖା ହେଲା’ ବୋଲି ଲେଖିଥିଲେ। ଫଟୋଟି ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଇଣ୍ଟରନେଟରେ ଭାଇରାଲ୍ ହୋଇଯାଇଥିଲା। ଏହି ସନ୍ଧ୍ୟା ଅଲ୍ଲୁ ଅର୍ଜୁନଙ୍କ ପାଇଁ ଆହୁରି ସ୍ମରଣୀୟ ହୋଇଥିଲା।
ବ୍ଲକବଷ୍ଟର ଫିଲ୍ମ Pushpa 2: The Rule ପାଇଁ ସେ ‘ଶ୍ରେଷ୍ଠ ଅଭିନେତା’ ଭାବେ ଫିଲ୍ମଫେୟାର ଆୱାର୍ଡ ଜିତିଥିଲେ। ଆୱାର୍ଡ ପାଇବା ପରେ ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଏତେ ଭଲପାଇବା ମିଳୁଥିବାରୁ ଏହି ସଫଳତା ଆହୁରି ଖାସ୍ ହୋଇଯାଏ।ନିଶ୍ଚିତ ଭାବେ, ଏହି ମିଳନ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ଉପହାର ଥିଲା। ଆଗାମୀ ଦିନରେ ଏହି ସୁପରହିଟ୍ ଯୋଡ଼ି ପୁଣିଥରେ ବଡ଼ ପରଦାରେ ଏକାଠି ନଜର ଆସିପାରନ୍ତି ବୋଲି ଆଶା ବ୍ୟକ୍ତ କରାଯାଉଛି।

