Sun. Feb 22nd, 2026

ନ୍ୟୁଜ ଡେକ୍ସ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ନିୟମ ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ଏବଂ ଅନ୍ୟ ଚାରିଜଣ ଲୋକ ଗର୍ଭଗୃହକୁ ଯାଇ ପ୍ରାର୍ଥନା କରିଥିଲେ। କିନ୍ତୁ କାହାକୁ ମନ୍ଦିରର ଗର୍ଭଗୃହକୁ ଯାଇ ପ୍ରାର୍ଥନା କରିବାକୁ ଅନୁମତି ନାହିଁ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକଳ ମନ୍ଦିରର ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି।

ନିଷେଧାଦେଶ ସତ୍ତ୍ୱେ ଶ୍ରୀକାନ୍ତ ସିନ୍ଦେ ତାଙ୍କ ପତ୍ନୀ ଏବଂ ଦୁଇ ସାଥୀଙ୍କ ସହ ଗର୍ଭଗୃହ ଭିତରକୁ ପଶି ପୂଜା କରିଥିବା କୁହାଯାଉଛି। ସୂଚନା ଅନୁସାରେ ମହାକାଳଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରୀକାନ୍ତ ସିନ୍ଦେ ଓ ତାଙ୍କ ପତ୍ନୀ ଓ ଦୁଇ ସାଥୀ ମନ୍ଦିରର ଗର୍ଭଗୃହରେ ପଶି ପୂଜା କରୁଥିବାର ଫଟୋ ଆଉ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏମାନେ ସମସ୍ତେ ବୁଧବାର ସନ୍ଧ୍ୟା ୫ଟା ୩୮ ମିନିଟ୍‌ରେ ଗର୍ଭଗୃହରେ ପ୍ରବେଶ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ମହାକାଳଙ୍କ ଶୃଙ୍ଗାର ବେଳେ ଏହି ଚାରି ଜଣ ଶିବଲିଙ୍ଗ ନିକଟରେ ବସି ପୂଜା କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ବିଶେଷ କଥା ହେଉଛି ମନ୍ଦିରର ସୁରକ୍ଷା ଦାୟିତ୍ୱ ଜୟନ୍ତ ରାଠୋର ଏବଂ ଗର୍ଭଗୃହର ନିରିକ୍ଷକ ତାଙ୍କ ସହ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ବର୍ଷ ପୁରୋହିତଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଗର୍ଭଗୃହରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଏହା ସତ୍ତ୍ୱେ ନିୟମ ଭାଙ୍ଗିବାର ଧାରା ଜାରି ରହିଛି।

Leave a Reply

Your email address will not be published. Required fields are marked *