ନ୍ୟୁଜ ଡେକ୍ସ : ଭୁବନେଶ୍ୱରରେ ଅବସ୍ଥିତ Kalinga Institute of Industrial Technology (କିଟ୍) ବିଶ୍ୱବିଦ୍ୟାଳୟରେ ଆଜିଠାରୁ ୨୬ତମ ଯୁବ ଜାତୀୟ ଭଲିବଲ ଚାମ୍ପିଅନସିପ ଆରମ୍ଭ ହେଉଛି । ଏହି ଚାମ୍ପିଅନସିପରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରତିଯୋଗିତା ଆୟୋଜିତ ହେବ ।
ଭାରତରେ ପ୍ରଥମ ଥର ପାଇଁ କିଟ୍ ବିଶ୍ୱବିଦ୍ୟାଳୟରେ ଏକାସାଙ୍ଗରେ ୬ଟି ଇଣ୍ଡୋର କୋର୍ଟରେ ଏହି ଯୁବ ଜାତୀୟ ଭଲିବଲ ଚାମ୍ପିଅନସିପ ଖେଳାଯିବ ।ଦେଶର ପ୍ରାୟ ୩୦ଟି ରାଜ୍ୟରୁ ଆସିଥିବା ୧୨୦୦ରୁ ଅଧିକ ଯୁବ ଖେଳାଳି, ଅଧିକାରୀ ଓ ଟେକ୍ନିକାଲ ଡେଲିଗେଟ୍ ଏହି ପ୍ରତିଯୋଗିତାରେ ଭାଗ ନେବେ । କିଟ୍ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଏହା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ବିଭିନ୍ନ ରାଜ୍ୟର ଖେଳାଳିମାନେ ଆଜି ପୂର୍ବ ପ୍ରସ୍ତୁତି ମ୍ୟାଚ୍ ଖେଳି ନିଜ ତୟାରିକୁ ଆହୁରି ମଜବୁତ କରିଛନ୍ତି ।ଆସନ୍ତାକାଲି କିଟ୍ ଇଣ୍ଡୋର ଷ୍ଟାଡିୟମରେ ଏହି ଚାମ୍ପିଅନସିପର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ।
Odisha Volleyball Association ଓ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ Volleyball Federation of India ଙ୍କ ସହଭାଗିତାରେ ଏହି ଚାମ୍ପିଅନସିପ ଆୟୋଜନ କରାଯାଉଛି । ପ୍ରତିଯୋଗିତା ମାର୍ଚ୍ଚ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।ପୁରୁଷ ଓ ମହିଳା ବର୍ଗରେ ପ୍ରାୟ ୩୦ଟି ରାଜ୍ୟ ଦଳ ସହିତ ୨ଟି ସଂସ୍ଥାଗତ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ମୋଟ ୧୨୦୦ରୁ ଅଧିକ ଖେଳାଳି, ଅଧିକାରୀ ଓ ଟେକ୍ନିକାଲ ଡେଲିଗେଟ୍ ଦେଶର ବିଭିନ୍ନ ସ୍ଥାନରୁ ଏଠାରେ ଯୋଗ ଦେଇଛନ୍ତି ।ଉଦଘାଟନୀ ସମାରୋହରେ Achyuta Samanta ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
ସେ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ଓଡ଼ିଶାରେ ଭଲିବଲକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ଭବିଷ୍ୟତରେ ଏହାକୁ ଆହୁରି ମଜବୁତ କରାଯିବ । ଏହି ପ୍ରତିଯୋଗିତା ଦେଶର ଯୁବ ଭଲିବଲ ପ୍ରତିଭାଙ୍କୁ ଚିହ୍ନଟ ଓ ବିକାଶ କରିବା ପାଇଁ ଏକ ବଡ଼ ମଞ୍ଚ ସୃଷ୍ଟି କରିବା ସହ ଓଡ଼ିଶାକୁ ଭଲିବଲ ବିକାଶ ଓ ଆନ୍ତର୍ଜାତୀୟ ମାନଙ୍କର କ୍ରୀଡ଼ା କେନ୍ଦ୍ର ଭାବେ ସ୍ଥାପିତ କରିବାରେ ସହାୟକ ହେବ ।

