Thu. Apr 16th, 2026

ନ୍ୟୁଜ ଡେକ୍ସ : ଶନିବାର ଅନୁଷ୍ଠିତ ମ୍ୟାଚରେ ସଞ୍ଜୁ ସାମସନଙ୍କ ଅଦ୍ଭୁତ ପାରିରେ ଚେନ୍ନାଇ ସୁପର କିଙ୍ଗସ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦୃଢ଼ ସ୍ଥିତି ସୃଷ୍ଟି କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨ ୱିକେଟ୍ ହାରି ୨୧୨ ରନ୍ ସଂଗ୍ରହ କରିଛି।ସାମସନ ୫୬ଟି ବଲରେ ୧୫ଟି ଚୌକା ଓ ୪ଟି ଛକା ସହ ୧୧୫ ରନ୍ କରି ଅପରାଜିତ ରହିଥିଲେ। ତାଙ୍କ ଏହି ଧମାକେଦାର ଶତକ ଦଳକୁ ଏକ ଶକ୍ତିଶାଳୀ ସ୍କୋର ପହଞ୍ଚାଇଛି।

ଏହି ପାରି ସହ ସାମସନ ଟି୨୦ ଫର୍ମାଟରେ ୪୦୦ ଛକା ପୂରଣ କରିଥିବା ଚତୁର୍ଥ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଏହି ସଫଳତା ହାସଲ କରିଛନ୍ତି। ରୋହିତଙ୍କ ନାମରେ ୫୫୪, କୋହଲିଙ୍କ ୪୪୦ ଓ ସୂର୍ଯ୍ୟକୁମାରଙ୍କ ୪୨୧ ଛକା ରହିଛି।

ଚେନ୍ନାଇ ପାଇଁ ଏହା ସାମସନଙ୍କ ପ୍ରଥମ ଶତକ ଥିବାବେଳେ, ମୂରଲୀ ବିଜୟ ପରେ ସେ ଦିଲ୍ଲୀ ବିପକ୍ଷରେ ଶତକ ହାସଲ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ପୂର୍ବରୁ ୨୦୧୭, ୨୦୧୯ ଓ ୨୦୨୧ ଆଇପିଏଲରେ ମଧ୍ୟ ଶତକ କରିଥିଲେ। କ୍ରମାଗତ ତିନିଟି ମ୍ୟାଚରେ ପରାଜୟ ପରେ ଚେନ୍ନାଇ ଏହି ମ୍ୟାଚରେ ବିଜୟ ଲକ୍ଷ୍ୟରେ ଖେଳୁଛି। ସାମସନଙ୍କ ଏହି ପାରି ଦଳର ଆତ୍ମବିଶ୍ୱାସକୁ ନିଶ୍ଚୟ ବଢ଼ାଇଛି।

Leave a Reply

Your email address will not be published. Required fields are marked *