Fri. Apr 17th, 2026

ନ୍ୟୁଜ ଡେକ୍ସ :ଓଡ଼ିଶା ରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରୁଥିବା ବେଳେ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି। ଏହି ପରିସ୍ଥିତିରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଶୀଘ୍ର ଗ୍ରୀଷ୍ମ ଛୁଟି ଘୋଷଣା ହେବା ନେଇ କଳ୍ପନାଜଳ୍ପନା ବଢ଼ିଛି। ତେବେ ସରକାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା ହୋଇନାହିଁ।

ପ୍ରଚଣ୍ଡ ଗରମକୁ ଦୃଷ୍ଟିରେ ରଖି ସକାଳ ୧୧ଟାରୁ ଅପରାହ୍ନ ୩.୩୦ ମଧ୍ୟରେ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ କହିଛନ୍ତି ଯେ, ଗ୍ରୀଷ୍ମ ଛୁଟି ସମ୍ପର୍କିତ ନିଷ୍ପତ୍ତି ଜିଲ୍ଲାପାଳମାନଙ୍କ ରିପୋର୍ଟ ଉପରେ ନିର୍ଭର କରିବ। ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ରହିଛି, ସେଠାର ତଥ୍ୟ ଆଧାରରେ ସରକାର ଆଗାମୀ ନିଷ୍ପତ୍ତି ନେବେ।

ଶିକ୍ଷାଗତ କ୍ୟାଲେଣ୍ଡର ଅନୁଯାୟୀ ସାଧାରଣତଃ ଗ୍ରୀଷ୍ମ ଛୁଟି ମେ ୧୦ ରୁ ଆରମ୍ଭ ହୋଇ ଜୁନ୍ ୧୬ ପର୍ଯ୍ୟନ୍ତ ଚାଲିଥାଏ। ତେବେ ବର୍ତ୍ତମାନର ତାପପ୍ରବାହ ପରିସ୍ଥିତିକୁ ଦେଖି ଛୁଟି ପୂର୍ବରୁ ଘୋଷଣା ହେବାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶା ବଢ଼ିଛି।ଅନ୍ୟପଟେ, ବଢ଼ୁଥିବା ତାପମାତ୍ରାକୁ ଦେଖି ଏପ୍ରିଲ ୨ ତାରିଖରୁ ସମସ୍ତ ସ୍କୁଲରେ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ସକାଳୁଆ କ୍ଲାସ ବ୍ୟବସ୍ଥା ଚାଲୁ କରାଯାଇଛି।

Leave a Reply

Your email address will not be published. Required fields are marked *