ନ୍ୟୁଜ ଡେକ୍ସ: ପ୍ରତିଷ୍ଠିତ ଉଦ୍ୟୋଗପତି ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ସ୍ପେଶ୍ ଏକ୍ଦ ଫାଲ୍କନ୍ ୯ର ସହଯୋଗରେ ଭାରତର ସବୁଠାରୁ ଉନ୍ନତ ଯୋଗାଯୋଗ ଉପଗ୍ରହ ମଙ୍ଗଳବାର ମହାକାଶକୁ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ଆମେରିକାର ଫ୍ଲୋରିଡାସ୍ଥିତ କେପ କାନଭେରାଲରୁ ଉତକ୍ଷେପଣ କରାଯାଇଥିଲା।
ମଙ୍ଗଳବାର ମଧ୍ୟରାତ୍ରିରେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ର ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ GSAT-20 (GSAT N-2), ଏଲୋନ୍ ମସ୍କଙ୍କ ସ୍ପେସ୍ ଏକ୍ସର ଫାଲକନ୍ ୯ ରକେଟ ମାଧ୍ୟମରେ ଏହାର ୩୯୬ ତମ ଉଡ଼ାଣ ଭରିଥିଲା। ତେବେ ପ୍ରାୟ ୪୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଭାରତୀୟ ଉପଗ୍ରହ, ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ଆହୁରି ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଛି । ଯାହା ଆଗାମୀ ୧୪ ବର୍ଷ ପାଇଁ ମହାକାଶରେ ରହି ଦେଶର କମ୍ୟୁନିକେସନ କ୍ଷେତ୍ର ଉପରେ କାମ କରିବ । ଯେଉଁଥିରେ କା-ବ୍ୟାଣ୍ଡ ହାଇ-ଥ୍ରୋପଟ୍ କମ୍ୟୁନିକେସନ ପେଲୋଡ୍ ରହିଛି ।
ଏହି ସାଟେଲାଇଟ୍ ଥରେ କାର୍ଯ୍ୟକ୍ଷମ ହେବା ପରେ, ଏହା ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଏବଂ ଫ୍ଲାଇଟ୍ ଇଣ୍ଟରନେଟ୍ ସେବା ସହିତ ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇବ ।ଏଥିସହିତ ଏହି ଯୋଗାଯୋଗ ଉପଗ୍ରହ, ଯାହା ଜିସାଟ୍-ଏନ୨ ଭାବରେ ମଧ୍ୟ ନାମିତ, ତାହାକୁ ୩୨ଟି ୟୁଜର୍ ବିମ୍ ସହିତ ସଜାଯାଇଛି । ଯେଉଁଥିରେ ୮ଟି ସଂକୀର୍ଣ୍ଣ ସ୍ପଟ୍ ବିମ୍ ଏବଂ ୨୪ ଟି ଚଉଡା ସ୍ପଟ୍ ବିମ୍ ରହିଛି । ଯାହା ସମଗ୍ର ଭାରତରେ ଅବସ୍ଥିତ ହବ୍ ଷ୍ଟେସନ୍ ଦ୍ୱାରା ସମର୍ଥିତ ହେବ |