ନ୍ୟୁଜ ଡେକ୍ସ: ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ରାତି ସାରା ଅନିଦ୍ରା ମହାପ୍ରଭୁ । ରାତି ସାରା ଚାଲିଛି ଶ୍ରୀଜିଉଙ୍କ ଦର୍ଶନ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ । ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଗତକାଲି ରାତି ପ୍ରାୟ ୧୨ଟା ୩୦ରେ ଶ୍ରୀମନ୍ଦିରରେ ଦ୍ଵାରଫିଟା ନୀତି ସମ୍ପନ୍ନ ହୋଇ ଦର୍ଶନ ଚାଲିଛି। ସେପଟେ ଭିଡକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରଦ୍ଧାଳୁମାନେ ମାର୍କେଟ୍ ଛକଠାରୁ ଧାଡିରେ ଦର୍ଶନ ପାଇଁ ଆସୁଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ପୁରୀରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ ସୂଚନା ମୁତାବକ ଶ୍ରୀମନ୍ଦିର ଭିତରେ ୨୮ ପ୍ଳାଟୁନ୍ ଫୋର୍ସ, ଜଣେ କମାଣ୍ଡାଣ୍ଟ, ୨ଜଣ ଅତିରିକ୍ତ ଏସ୍ପି, ଡିଏସ୍ପି ୧୧ ଜଣ, ଇନ୍ସପେକ୍ଟର ୧୦ ଜଣ, ଏଏସ୍ଆଇ ଓ ଏସ୍ଆଇ ୪୪ ଜଣ ନୂଆବର୍ଷ ଭିଡ଼ ନିୟନ୍ତ୍ରଣ ନିମନ୍ତେ ମୁତୟନ ରହିଛନ୍ତି ।
ମଙ୍ଗଳବାର ରାତି ୧୦ଟା ୨୫ରେ ମହାପ୍ରଭୁଙ୍କର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା । ରାତି ୧୨ଟା ପରେ ମହାପ୍ରଭୁଙ୍କ ଦ୍ୱାର ଖୋଲା ନୀତି ହୋଇଥିବା ଜଣାପଡିଛି। ନୂଆବର୍ଷରେ ସିଂହଦ୍ୱାରକୁ ଫୁଲରେ ସଜା ଯାଇଛି । ସେହିପରି ଅନ୍ୟ ଦ୍ୱାରରେ ମଧ୍ୟ ଫୁଲସଜା ହୋଇଛି।
