Mon. Dec 23rd, 2024

ନ୍ୟୁଜ ଡେସ୍କ: ଏୟାର ମାର୍ଶଲ ପିଭିଏସଏମ,ଏଭିଏସଏମ୍ ଅମର ପ୍ରୀତ୍ ସିଂହ ବାୟୁସେନାର ନୂଆ ମୁଖ୍ୟ ହେବାକୁ ଯାଉଛନ୍ତି। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି।

ସରକାର ଏୟାର ମାର୍ଶଲ ଅମରଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ଅବସର ନେବେ। ଶ୍ରୀ ଚୌଧୂରୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଅମର ପ୍ରୀତ୍ ସିଂହଙ୍କୁ ଏହି ଗୁରୁ ଦାୟିତ୍ୱ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ଚୟନ କମିଟି ନିଷ୍ପତ୍ତି ନେଇଛି। ୧ ଫେବୃଆରୀ ୨୦୨୩ରେ ଏୟାର ମାର୍ଶଲ ଅମର ପ୍ରୀତ୍‌ ଭାରତୀୟ ବାୟୁସେନାର ୪୭ ତମ ଉପମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

ଭାରତୀୟ ବାୟୁସେନାରେ ତାଙ୍କର ଯାତ୍ରା ୧୯୮୪ରେ ଆରମ୍ଭ ହୋଇଥିଲା।ଅମରଙ୍କୁ ୨୧ ଡିସେମ୍ବର ୧୯୮୪ରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନରେ ନିଯୁକ୍ତ କରାଯାଇଥିଲା। ସମ୍ମାନଜନକ ସେଣ୍ଟ୍ରାଲ ଏୟାର କମାଣ୍ଡ (ସିଏସି) ଦାୟିତ୍ୱ ନେବା ପୂର୍ବରୁ ସେ ଇଷ୍ଟର୍ନ ଏୟାର କମାଣ୍ଡରେ ସିନିୟର ଏୟାର ଷ୍ଟାଫ୍‌ ଅଫିସର ଭାବରେ କାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *