ନ୍ୟୁଜ ଡେକ୍ସ: ଆଜିଠୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ । ଜନତା ମଇଦାନରେ ୨ ଦିନ ଧରି ଚାଲିବ ଏହି ସମ୍ମିଳନୀ । ସମ୍ମିଳନୀର ଉଦ୍ଘାଟନୀ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନକ୍ଲେଭରେ ସାମିଲ ହେବେ ୧୬ ଦେଶର ୭୫୦୦ ପ୍ରତିନିଧି ହେବେ ସାମିଲ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି । ସକାଳ ୧୦ଟା ୨୫ ମିନିଟ୍ରୁ ୧୧ଟା ୧୦ ମିନିଟ୍ ଯାଏ ଏୟାରପୋର୍ଟରୁ କ୍ୟାପିଟାଲ ହସ୍ପିଟାଲ, ଏଜି, ରାଜଭବନ ଗୋଲେଇ, ପାୱାର ହାଉସ୍, ୧୨୦ ବାଟାଲିୟନ, ବେହେରା ସାହି, ଜୟଦେବବିହାର, ଜାଭିୟର ଓ ନାଲ୍କୋ ଛକ ଯାଏ ଗାଡି ମୋଟର ଯା’ଆସ କରିପାରିବନି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୋମବାର ପୁଲିସ ପକ୍ଷରୁ କାରକେଡ୍ ରିହର୍ସାଲ ସରିଯାଇଛି । ମଧ୍ୟାହ୍ନ ୧୨ଟା ୩୦ରେ ବିମାନବନ୍ଦର କାର୍ଗୋ ଗେଟ୍ ସାମ୍ନାରୁ କାରକେଡ୍ ବାହାରିଥିଲା ।
କାରକେଡ୍ରେ ସାମିଲ୍ ସମସ୍ତ ଭ୍ୟାନ୍ ଉପରୋକ୍ତ ରୁଟ୍ ଦେଇ ଜନତା ମଇଦାନ ଅଭିମୁଖେ ଯାଇଥିଲା । ସେଠାରେ କିଛି ସମୟ ରହଣି ପରେ ପୁଣି ବିମାନବନ୍ଦରକୁ ଫେରିଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ (ଏସ୍ପିଜି) କାରକେଡ୍ ରିହର୍ସାଲରେ ଉପସ୍ଥିତ ଥିଲେ । ସେମାନେ ଉପରୋକ୍ତ ରୁଟ୍ ଓ ସମ୍ମିଳନୀ ସ୍ଥଳର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ ।
