Sun. Jan 12th, 2025

ନ୍ୟୁଜ ଡେସ୍କ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଝଟକା । ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀ ବିରୋଧରେ ହାଇକୋର୍ଟରେ ହୋଇଥିବା ଆବେଦନ ଖାରଜ । ନିକଟରେ ଏହି ମାମଲା ଉପରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ, ଯାହାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି।

ସୂଚନା ମୁତାବକ, ଆଜି ହାଇକୋର୍ଟ ବିଚାରପତି ଜଷ୍ଟିସ ଏମ ନାଗପ୍ରସନ୍ନ ଏହି ମାମଲା ଉପରେ ଶୁଣାଣି କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆବେଦନକୁ ଖାରଜ କରି କହିଛନ୍ତି, ଏ ମାମଲା ଉପରେ ନିଷ୍ପତ୍ତି ନେବାପାଇଁ ରାଜ୍ୟପାଳଙ୍କର ସାମ୍ବିଧାନିକ ଅଧିକାର ରହିଛି। ତାଙ୍କ ନିର୍ଦ୍ଦେଶ ଅନୁସାରେ, ଜମି ଦୁର୍ନୀତି ମାମଲାରେ ତଦନ୍ତ ହୋଇପାରିବ, ହାଇକୋର୍ଟ ଏଥିରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ ବୋଲି ଜଷ୍ଟିସ ନାଗପ୍ରସନ୍ନ କହିଛନ୍ତି। ତେବେ ଏହି ପ୍ରସଂଗରେ ନିଜର ମତ ରଖି ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ‘‘ଏହା କର୍ଣ୍ଣାଟକ ସରକାରଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର।’’ ସେ କହିଛନ୍ତି, “ଏହା ଏକ ଷଡ଼ଯନ୍ତ୍ର। ସିଦ୍ଧରମୟା ସମ୍ମାନର ସହ ବାହାରକୁ ଆସିବେ। ସେ କିଛି ଭୁଲ କରିନାହାଁନ୍ତି ଏବଂ ସେ ଇସ୍ତଫା ଦେବେ ନାହିଁ।”

ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ବିଜେପି ସହିପାରୁନାହିଁ। ରାଜ୍ୟପାଳ ତାଙ୍କ ଅନୁରୋଧ କ୍ରମେ ଅଗଷ୍ଟ ୧୬ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ନ୍ୟାୟିକ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ବିଜେପି ଜାଣିଶୁଣି ଏପରି କରୁଥିବା ଅଭିଯୋଗ କରି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Leave a Reply

Your email address will not be published. Required fields are marked *