Thu. Apr 16th, 2026

ନ୍ୟୁଜ ଡେକ୍ସ: ନବଦାସ ହତ୍ୟାକାଣ୍ଡ ମାମଲା। ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଗୋପାଳ ଦାସର ଯାଞ୍ଚ ହେବ ସମସ୍ତ କଲ୍ ରେକର୍ଡ। ହତ୍ୟାକାଣ୍ଡର ଏକ ରୁ ଦୁଇ ମାସ ମଧ୍ୟରେ ହୋଇଥିଲା କଲର ଯାଞ୍ଚ କରାଯିବ।

ଗୋପାଳ କାହା କାହା ସହିତ କଥା ହୋଇଥିଲା ଏହାର ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ। ତେବେ ଗତକାଲି ପୁଣି ବାପା ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଥିଲା ପୁଅ ବିଶାଳ ଦାସ । ଏନେଇ ବିଶାଳ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଯାହା କହିବା କଥା ସବୁ କହି ସାରିଛୁ । ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ ବୋଲି ଭରସା ରହିଛି ।

ଏହା ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ସ୍ୱର୍ଗତଃ ନବ ଦାସଙ୍କ ପତ୍ନୀ ମୀନତି ଦାସ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ଏହି ଆଲୋଚନା ସମୟରେ ତାଙ୍କ ଝିଅ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *