Mon. Dec 23rd, 2024

ନ୍ୟୁଜ ଡେକ୍ସ: କୋଲକାତା ବିମାନବନ୍ଦରରେ ଇରାକର ଏକ ବିମାନ ଜରୁରୀ ଅବତରଣ କରିଛି। ଚୀନ୍ ଯାଉଥିବା ଏହି ବିମାନଟି ଆଜି ସକାଳେ କୋଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନ ମଧ୍ୟରେ ଜଣେ ଯାତ୍ରୀଅସୁସ୍ଥ ହୋଇ ପଡ଼ିବାରୁ ଜରୁରୀ ଅବତରଣ କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।

ତେବେ ସୂଚନା ମୁତାବକ, ଏହି ବିମାନ ଗୁରୁବାର ସକାଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା ।୧୫ ଜଣ କ୍ରୁ ସଦସ୍ୟଙ୍କ ବ୍ୟତୀତ ଏହି ବିମାନରେ ୧୦୦ ଜଣ ଯାତ୍ରୀ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଚୀନର ରାଜଧାନୀ ବେଜିଂକୁ ଯାଉଥିଲା। ବିମାନଟି ୧ ଘଣ୍ଟା ମଧ୍ୟରେ ବେଜିଂରେ ଅବତରଣ କରିବାର ଥିଲା। କିନ୍ତୁ ଉଡାଣର କିଛି ସମୟ ପରେ ଜଣେ 16 ବର୍ଷୀୟ ଝିଅ ଅସୁସ୍ଥ ହୋଇ ପଡିଥିଲେ। ସେ ଚେତାଶୂନ୍ୟ ହୋଇ ତଳେ ପଡିଯିବାରୁ ବିମାନର ଜରୁରୀ ଅବତରଣ କରାଯାଇଥିଲା। ସକାଳ ପ୍ରାୟ ସାଢେ ଦଶଟା ସମୟରେ କୋଲକାତା ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଅସୁସ୍ଥ ନାବାଳିକାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏଭଳି ପରିସ୍ଥିତିରେ ସକାଳ ୧୦:୧୮ ରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ଜରୁରୀକାଳୀନ ଅବତରଣ ପରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ପରେ ସମୀରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।ବିମାନରେ ୧୦୦ ଯାତ୍ରୀ ଏବଂ ୧୫ ଜଣ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ। ସମୀର ଏବଂ ତାଙ୍କ ପରିବାରକୁ କୋଲକାତା ବିମାନବନ୍ଦରରେ ଛାଡି ଦିଆଯାଇଥିଲା। ଏହା ପରେ ବିମାନଟି ୯୭ ଜଣ ଯାତ୍ରୀଙ୍କ ସହିତ ପୁନର୍ବାର ବେଜିଂ ଅଭିମୁଖେ ଯାତ୍ରା କରିଥିଲା |

Leave a Reply

Your email address will not be published. Required fields are marked *