Sat. Feb 21st, 2026

ନ୍ୟୁଜ ଡେକ୍ସ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଠକାମି ମାମଲାର ଅଭିଯୁକ୍ତ ଗିରଫ। ଆଜି ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ଢେଙ୍କାନାଳ ସଦର ଥାନା ବଣସିଂହ ଗାଁରେ ।

ଆଜି ପୂର୍ବାହ୍ନରେ ନିରଞ୍ଜନ ଟାଉନ ଥାନାରେ ପହଞ୍ଚିଥିଲା। ପୋଲିସ ପଚରାଉଚୁରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି। ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣାଯାଇପାରେ ବୋଲି ଏସପି ଅଭିନବ ସୋନକର କହିଛନ୍ତି। ଅଭିଯୁକ୍ତ ନିରଞ୍ଜନ ୨୦୨୧ ମସିହାରେ ମଧ୍ୟସ୍ତି ଭାବେ ମନ୍ତ୍ରୀଙ୍କୁ ଜମି ବିକ୍ରି କରିବାକୁ କହି ୨୫ ଲକ୍ଷ ଟଙ୍କା ନେଇଥିଲେ। ୪ ବର୍ଷ ହେଲା ଜମି ବିକ୍ରି କରିନଥିଲେ।

ଟଙ୍କା ଫେରାଇ ଦେବାକୁ କହିବା ପରେ ବାରମ୍ବାର ତାରିଖ ଗଡାଇ ଚାଲିଥିଲେ। ଦେଇଥିବା ୨ଟି ଚେକ୍ ବାଉନ୍ସ ହୋଇଯାଇଥିଲା। ଆଇନଗତ ନୋଟିସ୍ ଏବଂ ନଭେମ୍ବର ୩୦, ୨୦୨୪ ଏବଂ ତା’ପରେ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି ସତ୍ତ୍ୱେ ଅଭିଯୁକ୍ତ ଟଙ୍କା ଫେରସ୍ତ କରିପାରିନଥିଲେ। ଶେଷରେ ଠକାମିର ଶିକାର ହୋଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *