Mon. Apr 20th, 2026

ନ୍ୟୁଜ ଡେକ୍ସ : ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ମୃତ୍ୟୁକୁ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ତାଙ୍କର ଦୁଇ ମ୍ୟାନେଜରଙ୍କ ଉପରେ ଗୁରୁତର ସନ୍ଦେହ ସୃଷ୍ଟି ହୋଇଛି। ବଲାଙ୍ଗୀର ଟାଉନ ଥାନାରେ ଏକ ସାମାଜିକ ଓ କୋଶଳ ସଂଗଠନ ପକ୍ଷରୁ ଦାଖଲ ହୋଇଥିବା ଏତଲାରେ ଗୁରୁତର ଅଭିଯୋଗ ଉଠିଛି।ହ୍ୟୁମାନ ସାଗରଙ୍କ ମା’ ଶେଫାଳି ସୁନାଙ୍କ ଅଭିଯୋଗ ଅନୁଯାୟୀ, ପୁଅଙ୍କ ମୃତ୍ୟୁ ପଛରେ ଅନେକ ଲୋକଙ୍କ ହାତ ଥିବା ସହିତ ବିଶେଷତଃ ତାଙ୍କ ୨ ମ୍ୟାନେଜର ଓ ଜଣେ ଯୁବତୀଙ୍କ ନାଁ ଉଲ୍ଲେଖ କରାଯାଇଛି।

ମା’ଙ୍କ ଅଭିଯୋଗ ହେଲା, ହ୍ୟୁମାନଙ୍କ ଦେହ ଅସୁସ୍ଥ ଥିବା ବେଳେ ମଧ୍ୟ ତାଙ୍କୁ ଜୋରକରି ଷ୍ଟେଜ୍ ସୋ କରାଯାଉଥିଲା ଏବଂ ଏହା ପରିଣତିରେ ତାଙ୍କ ଜୀବନକୁ ବିପଦରେ ପକାଇଥିଲା। ଏତିକି ନୁହେଁ, ଏମ୍ସ ହସ୍ପିଟାଲ ବାହାରେ ହ୍ୟୁମାନଙ୍କ ମା’ ଓ ମ୍ୟାନେଜରମାନେଙ୍କ ମଧ୍ୟରେ ଯୁକ୍ତିତର୍କ ଓ ତୁମୁଳ କାଣ୍ଡ ଘଟିଥିଲା। ତାଙ୍କ ଜଣେ ମ୍ୟାନେଜରଙ୍କ ଦ୍ୱାରା ଶେଫାଳି ସୁନାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ଘଟଣା ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ସମାଜର ବିଭିନ୍ନ ମହଲରେ ଦୀପ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।ବଲାଙ୍ଗୀର ଟାଉନ ଥାନାରେ ଦିଆଯାଇଥିବା ଏତଲାରେ ହ୍ୟୁମାନଙ୍କୁ “ପ୍ରାୟୋଜିତ ଭାବେ ହତ୍ୟା କରାଯାଇଥିବା” ଗୁରୁତର ଅଭିଯୋଗ ମଧ୍ୟ ଉଠିଛି।

ମ୍ୟାନେଜରମାନେ ତାଙ୍କର ଅସୁସ୍ଥତାକୁ ଅଗ୍ରାହ କରି ଲାଭ ପାଇଁ ନିର୍ଦ୍ଦୟ ଭାବରେ କାମ କରାଉଥିବା କଥା ଏତଲାରେ ଉଲ୍ଲେଖ ହୋଇଛି।ପୋଲିସ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି। ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଘିରି ଯେପରି ଦିନକୁ ଦିନ ସନ୍ଦେହ ଜଟିଳ ହୋଇଯାଉଛି, ତଦନ୍ତରେ ଆଗାମୀ ଦିନରେ ଆଉ ନୂଆ ତଥ୍ୟ ଆସିପାରେ ବୋଲି ଅନୁମାନ। ଓଲିଉଡ ଜଗତ, ଭକ୍ତମାନେ ସହ ଓଡ଼ିଶା ସମାଜ ଏହି ପ୍ରକରଣର ସତ୍ୟ କେବେ ସାମ୍ନାକୁ ଆସିବ ବୋଲି ଅପେକ୍ଷାରେ ଅଛନ୍ତି।

Leave a Reply

Your email address will not be published. Required fields are marked *