Mon. Apr 20th, 2026

ନ୍ୟୁଜ ଡେକ୍ସ :ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହେବାର ସଙ୍କେତ ଦେଉଛି। ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁସାରେ, ଏହି ବ୍ୟବସ୍ଥା ପଶ୍ଚିମ–ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

IMD ପୂର୍ବାନୁମାନ କରିଛି ଯେ, ପରବର୍ତ୍ତୀ ୪୮ ଘଣ୍ଟାରେ ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ବ୍ୟବସ୍ଥାରେ ପରିଣତ ହୋଇପାରେ। ୨୨ ଓ ୨୩ ତାରିଖରେ ଆଣ୍ଡାମାନ–ନିକୋବର ଦ୍ୱୀପପୁଞ୍ଜରେ ସାମାନ୍ୟରୁ ମଧ୍ୟମ ବର୍ଷା ହେବାର ପୂର୍ବାଭାସ ରହିଛି। ୨୪ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ବିଭାଗ କହିଛି। ଏହା ବାତ୍ୟାର ରୂପ ନେବ କି ନେବ ନାହିଁ IMD ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ କୁହିନାହାଁତୁ।

ତଥାପି ବିଭିନ୍ନ ଆନ୍ତର୍ଜାତୀୟ ପାଣିପାଗ ମଡେଲ ଏହି ବ୍ୟବସ୍ଥା ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରୁଛି।ଓଡ଼ିଶା ଉପକୂଳ ପାଇଁ ତଥାପି ରାହାତ ସୂଚନା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ, ଲଘୁଚାପ ଓଡ଼ିଶାଠାରୁ ବହୁ ଦୂରରେ ଥିବାରୁ ଏହାର କୌଣସି ସିଧାସଳଖ ପ୍ରଭାବ ରାଜ୍ୟରେ ପଡ଼ିବା ସମ୍ଭାବନା ନାହିଁ। ଆଗାମୀ ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ସମ୍ଭାବନା ନଥିବା ବିଭାଗ ସ୍ପଷ୍ଟ କରିଛି।ପାଣିପାଗ ବିଶେଷଜ୍ଞମାନଙ୍କ ଅନୁସାରେ, ଲଘୁଚାପର ଗତିପଥ ଓ ଶକ୍ତି ବଦଳି ଯାଇପାରେ, ସେଥିପାଇଁ ଆଗାମୀ ଦିନ ଗୁରୁତ୍ବପୂର୍ଣ୍ଣ ହେବ।

Leave a Reply

Your email address will not be published. Required fields are marked *