ନ୍ୟୁଜ ଡେକ୍ସ : ଦେଶରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଅର୍ଥାତ ଏଲପିଜିରେ ମିଳୁଥିବା ସବସିଡର ଗଣିତ ଶୀଘ୍ର ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଦେଇଛି। ସୂଚନା ଅନୁଯାୟୀ, ଗତମାସ ସରକାରୀ ତେଲ କମ୍ପାନୀମାନେ ଆମେରିକାର ରପ୍ତାନୀକାରୀଙ୍କ ସହ ଏଲପିଜି ଆମଦାନୀ ପାଇଁ ମାସିକ ସପ୍ଲାଇ କଣ୍ଟ୍ରାକ୍ଟ ସାଇନ କରିଛନ୍ତି। ଏହା ପରେ କେନ୍ଦ୍ର ସରକାର ଏଲପିଜି ସବସିଡ ଫର୍ମୁଲାରେ ପରିବର୍ତ୍ତନ ଆଣିବା ନେଇ ବିଚାର କରୁଥିବା ଜଣାପଡ଼ିଛି।
ବର୍ତ୍ତମାନ ଘରୋଇ ଏଲପିଜି ସବସିଡ ହିସାବ ସାଉଦୀ କଣ୍ଟ୍ରାକ୍ଟ ପ୍ରାଇସ (ସିପି) ଆଧାରରେ କରାଯାଉଛି, ଯାହା ପଶ୍ଚିମ ଏସିଆରେ ଏଲପିଜି ସପ୍ଲାଇ ପାଇଁ ଏକ ମାନକ ମୂଲ୍ୟ ଭାବେ ଗଣାଯାଏ। କିନ୍ତୁ ସରକାରୀ ତେଲ କମ୍ପାନୀମାନେ ଏବେ ସବସିଡ ଫର୍ମୁଲାରେ ଆମେରିକୀୟ ଷ୍ଟାଣ୍ଡାର୍ଡ ପ୍ରାଇସ ସହ ଆଟଲାଣ୍ଟିକ ପାର ଶିପମେଣ୍ଟ ସମ୍ପର୍କିତ ଲଜିଷ୍ଟିକ ଖର୍ଚ୍ଚକୁ ମଧ୍ୟ ସାମିଲ କରିବାକୁ ଜୋର ଦେଉଛନ୍ତି।ଆମେରିକାରୁ ଭାରତକୁ ଆସୁଥିବା ଏଲପିଜି ସେତେବେଳେ ହିଁ ଶସ୍ତା ହେବ, ଯେତେବେଳେ ସାଉଦୀ ସିପି ତୁଳନାରେ ଦାମ ସେତିକି କମ ରହିବ ଯାହାଦ୍ୱାରା ଅଧିକ ଲଜିଷ୍ଟିକ ଖର୍ଚ୍ଚ ପୂରଣ ହୋଇପାରିବ। କାରଣ ଆମେରିକାରୁ ଏଲପିଜି ଆଣିବାର ଲଜିଷ୍ଟିକ ଖର୍ଚ୍ଚ ସାଉଦୀ ଆରବରୁ ଆସୁଥିବା ଶିପମେଣ୍ଟ ତୁଳନାରେ ପ୍ରାୟ ୪ ଗୁଣା ଅଧିକ।
ଗତମାସ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ୨୦୨୬ କଣ୍ଟ୍ରାକ୍ଟ ୟିୟର ପାଇଁ ଆମେରିକାରୁ ପ୍ରାୟ ୨.୨ ମିଲିୟନ ମାଟ୍ରିକ ଟନ୍ ଏଲପିଜି ପ୍ରତିବର୍ଷ ଆମଦାନୀ କରିବାକୁ ଏକ ବର୍ଷିଆ ଚୁକ୍ତି କରିଛନ୍ତି। ଏହା ଭାରତର ମୋଟ ବାର୍ଷିକ ଏଲପିଜି ଆମଦାନୀର ପ୍ରାୟ ୧୦ ପ୍ରତିଶତ ହେବ।ସରକାରୀ କମ୍ପାନୀମାନେ ପୂର୍ବରୁ ମଧ୍ୟ ସ୍ପଟ ମାର୍କେଟରୁ ଆମେରିକୀ ଏଲପିଜି କିଣିଥିଲେ, କିନ୍ତୁ ଏହି ଚୁକ୍ତିକୁ ଦେଶର ସପ୍ଲାଇ ପାଇଁ ଏକ ଦୀର୍ଘମିଆଦୀ ପଦକ୍ଷେପ ଭାବେ ଦେଖାଯାଉଛି। ଦେଶରେ ସରକାର ଘରୋଇ ଏଲପିଜିର ଦର ନିୟନ୍ତ୍ରଣ କରିଥାନ୍ତି।
ବଜାର ଦର ତୁଳନାରେ କମ ଦରରେ ସିଲିଣ୍ଡର ବିକ୍ରି କରି କମ୍ପାନୀମାନେ କ୍ଷତି ସହିଲେ, ସେହି କ୍ଷତି ସରକାର ଦ୍ୱାରା ପୂରଣ କରାଯାଏ। ବିଶେଷଜ୍ଞମାନଙ୍କ ମତାନୁସାରେ, ଯଦି ଆମେରିକାରୁ ଆସୁଥିବା ଏଲପିଜିରେ ପର୍ଯ୍ୟାପ୍ତ ରହାତି ମିଳିଲା ନାହିଁ ଏବଂ ସରକାର ବର୍ତ୍ତମାନର ସବସିଡ ଦରରେ ସିଲିଣ୍ଡର ଦେବାକୁ ଚାହିଁଲେ, ତେବେ ସରକାରଙ୍କ ଉପରେ ଆର୍ଥିକ ଚାପ ବଢ଼ିପାରେ। ଏପରି ସ୍ଥିତିରେ ସାଧାରଣ ଗ୍ରାହକ ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ପାଇଁ ସିଲିଣ୍ଡର ଦର ବୃଦ୍ଧି କିମ୍ବା ସବସିଡ କମିବାର ଆଶଙ୍କାକୁ ଅସ୍ୱୀକାର କରାଯାଇପାରେ ନାହିଁ।

