Thu. Apr 23rd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଆଜି ବଡ଼ ପରିମାଣରେ ନିଯୁକ୍ତିମେଳା ଆୟୋଜିତ ହେବ। କଳିଙ୍ଗ ଷ୍ଟାଡିୟମରେ ହେଉଥିବା ଏହି ନିଯୁକ୍ତିମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୪୬୨୩ଜଣ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହା ଏବର୍ଷର ପ୍ରଥମ ନିଯୁକ୍ତିମେଳା ଏବଂ ବିଜେପି ସରକାରଙ୍କ ୧୫ତମ ନିଯୁକ୍ତିମେଳା ଭାବେ ଗଣାଯାଉଛି।ଏଥିରେ ସର୍ବାଧିକ ୪୧୧୩ଜଣଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ନିଯୁକ୍ତି ମିଳିବ।

ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୫୪ଜଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗରେ ୧୪୩ଜଣ, ଇସ୍ପାତ ଓ ଖଣି ବିଭାଗରେ ୭୭ଜଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ ୭୦ଜଣ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୫୨ଜଣ ଏବଂ ଦକ୍ଷତା ବିକାଶ ବିଭାଗରେ ୧୪ଜଣଙ୍କୁ ଚାକିରି ଦିଆଯିବ।ସୂଚନା ଅନୁଯାୟୀ, ଗତ ୨୦୨୫ ଡିସେମ୍ବର ୩୦ ତାରିଖରେ ଶେଷ ନିଯୁକ୍ତିମେଳାରେ ୧୧ଟି ବିଭାଗରେ ୧୫୪୩ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା।

ଗତ ଡିସେମ୍ବର ସୁଦ୍ଧା ସରକାର ୩୯,୪୫୯ଜଣଙ୍କୁ ନିଯୁକ୍ତି ଦେଇସାରିଛନ୍ତି।ଆଜିର ନିଯୁକ୍ତିକୁ ମିଶାଇଲେ, ମାତ୍ର ୨୨ ମାସରେ ସରକାର ୪୪ ହଜାରରୁ ଅଧିକ ଯୁବକ-ଯୁବତୀଙ୍କୁ ଚାକିରି ଦେଇଥିବା ସୂଚନା ମିଳିଛି। ଯୁବମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *