Fri. Apr 17th, 2026

ନ୍ୟୁଜ ଡେକ୍ସ : ଥାଲାପତି ବିଜୟଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜନ ନୟାଗନ’ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଫିଲ୍ମକୁ ନେଇ ଫ୍ୟାନ୍ସମାନଙ୍କ ଉତ୍ସାହ ତୁଙ୍ଗରେ ଥିବାବେଳେ, ଏହାର ଟ୍ରେଲର ରିଲିଜ ତାରିଖ ଓ ସମୟକୁ ନେଇ ଆଧିକାରିକ ଘୋଷଣା କରାଯାଇଛି।ଜାନୁଆରୀ ୧ ତାରିଖରେ ନିର୍ମାତାମାନେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରି ଟ୍ରେଲର ମୁକ୍ତି ସମ୍ବନ୍ଧୀୟ ସୂଚନା ସେୟାର କରିଛନ୍ତି।

ଘୋଷଣା ଅନୁଯାୟୀ, ‘ଜନ ନୟାଗନ’ର ଟ୍ରେଲର ଜାନୁଆରୀ ୩ ତାରିଖ ସନ୍ଧ୍ୟା ୬ଟା ୪୫ରେ ମୁକ୍ତିଲାଭ କରିବ। ଟ୍ରେଲରଟି ଫିଲ୍ମର ଅଡିଓ ଲଞ୍ଚ ହେବାର ଗୋଟିଏ ଦିନ ପୂର୍ବରୁ ରିଲିଜ କରାଯିବ।ନିର୍ମାତାମାନେ ଇନଷ୍ଟାଗ୍ରାମରେ ପୋଷ୍ଟର ସେୟାର କରି ସୂଚନା ଦେଇଛନ୍ତି ଯେ, ଫିଲ୍ମଟି ତାମିଲ, ତେଲୁଗୁ ଓ ହିନ୍ଦୀ—ଏହି ୩ଟି ଭାଷାରେ ମୁକ୍ତିଲାଭ କରିବ। ଏହି ଘୋଷଣା ପରେ ପ୍ରଶଂସକମାନେ ବିଜୟଙ୍କ ଦମଦାର୍ ଅବତାର ଦେଖିବାକୁ ଅଧିକ ଉତ୍ସୁକ ହୋଇଉଠିଛନ୍ତି। ଫିଲ୍ମରେ ଥାଲାପତି ବିଜୟଙ୍କ ସହିତ ପୂଜା ହେଗଡେ ଓ ବବି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିବେ।

ନିକଟରେ ବବି ଦେଓଲଙ୍କ ପ୍ରଥମ ଲୁକ୍ ମଧ୍ୟ ରିଲିଜ କରାଯାଇଥିଲା, ଯାହାକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ପ୍ରଥମ ଲୁକ୍ ସହିତ ଦିଆଯାଇଥିବା କ୍ୟାପସନରେ ଲେଖାଯାଇଥିଲା— “ଆସ, ସମସ୍ତ ଭାଇ, ତାଙ୍କ ଶେଷ ନୃତ୍ୟ ଦେଖିବାକୁ ଏକାଠି ହୁଅ।”ଏହାଛଡ଼ା ଫିଲ୍ମରେ ମମିତା ବୈଜୁ, ପ୍ରିୟମଣି, ଗୌତମ ବାସୁଦେବ ମେନନ୍ ଓ ନାରାୟଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ଜନ ନୟାଗନ’ ଏକ ରାଜନୈତିକ ଆକ୍ସନ୍ ଡ୍ରାମା ଫିଲ୍ମ ହୋଇଥିବାବେଳେ, ଏଥିରେ ଅନେକ ଦମଦାର୍ ଆକ୍ସନ୍ ସିକ୍ୱେନ୍ସ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *