Wed. Jun 17th, 2026

ନ୍ୟୁଜ ଡେକ୍ସ : ଭାରତୀୟ ଜନତା ପାର୍ଟିରେ ଆଜି ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଗତକାଲି ସେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ଦେବାଶିଷ ସାମନ୍ତରାୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦଳର ପ୍ରାଥମିକ ସଦସ୍ୟତାରୁ ନିଜ ଇସ୍ତଫା ଘୋଷଣା କରିଥିଲେ। ଚିଠିରେ ସେ ରାଜ୍ୟସଭାକୁ ମନୋନୀତ କରିଥିବାରୁ ନବୀନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ଏହାସହ ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ଓ ଜାତୀୟ ସ୍ତରରେ ଓଡ଼ିଶାର ବିଭିନ୍ନ ସମସ୍ୟା ଉଠାଇବା ପାଇଁ ସୁଯୋଗ ମିଳିଥିବାରୁ ସେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ତେବେ ଦଳରେ ନିଜକୁ କ୍ରମାଗତ ଭାବେ ଅପମାନିତ କରାଯାଉଥିବା ଏବଂ ତାଙ୍କ ସେବାର ଆବଶ୍ୟକତା ଆଉ ଦଳରେ ନଥିବା ଅନୁଭବ କରୁଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ଦଳର ସ୍ୱାର୍ଥ ପାଇଁ ସେ ସବୁବେଳେ ନିଜକୁ ଉତ୍ସର୍ଗ କରି କାମ କରିଆସିଛନ୍ତି। ଦୀର୍ଘ ବର୍ଷ ଧରି ନିଷ୍ଠାର ସହିତ ଦଳ ପାଇଁ କାମ କରିଥିଲେ ମଧ୍ୟ ବର୍ତ୍ତମାନ ତାଙ୍କୁ ପଦ୍ଧତିଗତ ଭାବରେ ଅପମାନିତ କରାଯାଉଥିବା ସେ ଅନୁଭବ କରୁଛନ୍ତି।ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ଏହି କଠିନ ନିଷ୍ପତ୍ତି ନେଇଥିବା ଚିଠିରେ ଉଲ୍ଲେଖ କରିଥିବାବେଳେ, ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *