Thu. Apr 16th, 2026

ନ୍ୟୁଜ ଡେକ୍ସ : ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଓ ଅସମତୁଳିତ ଖାଦ୍ୟାଭ୍ୟାସ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଉଛି। ଏହାରୁ ମୁକ୍ତି ପାଇବା ପାଇଁ ଲୋକମାନେ ପ୍ରାକୃତିକ ଓ ସହଜ ଉପାୟ ଖୋଜୁଛନ୍ତି। ଏହି ପରିସ୍ଥିତିରେ ପଇଡ଼ ପାଣି ଓ ନଡ଼ିଆ ନାଳି ଏକ ଉତ୍ତମ ପ୍ରାକୃତିକ ପାନୀୟ ଓ ପୋଷକ ଖାଦ୍ୟ ଭାବେ ପରିଚିତ ହୋଇଯାଇଛି।ଆୟୁର୍ବେଦ ଅନୁସାରେ ପଇଡ଼ ପାଣିକୁ ମହାଔଷଧି ଭାବେ ମନାଯାଏ।

ଏଥିରେ ସୋଡିୟମ୍, ପୋଟାସିୟମ୍, କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ପରି ଅନେକ ପୋଷକ ତତ୍ତ୍ୱ ଥାଇ ଶରୀରକୁ ତାଜା ରଖେ। ଡିହାଇଡ୍ରେସନ୍ ଭଳି ସମସ୍ୟାରେ ପଇଡ଼ ପାଣି ଖୁବ ଉପକାରୀ ହୋଇଥାଏ। ସେହିପରି ନଡ଼ିଆ ନାଳି ମଧ୍ୟ ଭିଟାମିନ୍ ସି, ଇ, ପୋଟାସିୟମ୍, ଆଇରନ୍ ଓ ଫସଫରସ୍ ଭରପୁର ଥିବାରୁ ଶରୀର ପାଇଁ ଅତ୍ୟନ୍ତ ହିତକର।ନଡ଼ିଆ ନାଳି ଖାଇବାରେ ଇମ୍ୟୁନିଟି ବୃଦ୍ଧି ପାଏ। ଏଥିରେ ଥିବା ଏଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିଇନଫ୍ଲାମେଟରୀ ଗୁଣ ଶରୀରର ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ମଧ୍ୟ ଏହା ଉପକାରୀ, କାରଣ ଏଥିରେ ଫାଇବର ଧନ୍ୟ ମାତ୍ରାରେ ରହିଛି।ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ନଡ଼ିଆ ନାଳି ଲାଭଦାୟକ। ଏଥିରେ ଥିବା ସୁସ୍ଥ ଚର୍ବି ଭଲ କୋଲେଷ୍ଟ୍ରୋଲକୁ ବଢ଼ାଇ ଖରାପ କୋଲେଷ୍ଟ୍ରୋଲକୁ କମାଇଥାଏ।

ସେହିପରି ଓଜନ କମାଇବାରେ ମଧ୍ୟ ଏହା ଉପକାରୀ, କାରଣ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟକୁ ପୂରା ରଖେ। ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ନଡ଼ିଆ ନାଳି ଉତ୍ତମ ପୋଷକ ଖାଦ୍ୟ ଭାବେ ପରିଚିତ। ଏଥିରେ ଥିବା ପୋଷକ ତତ୍ତ୍ୱ ମାତୃ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ।ସେହିପରି ପଇଡ଼ ପାଣି ଓ ନଡ଼ିଆ ନାଳିକୁ ଦିନଚର୍ୟାରେ ଅନ୍ତର୍ଭୁକ୍ତ କଲେ ସ୍ୱାସ୍ଥ୍ୟ ଭଲ ରହିବା ସହ ବିଭିନ୍ନ ରୋଗରୁ ସୁରକ୍ଷା ମିଳିପାରିବ।

Leave a Reply

Your email address will not be published. Required fields are marked *