Fri. Apr 17th, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଓ ତାହାର ଭାରତ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ। ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ।

ଯୁଦ୍ଧ ପରିସ୍ଥିତି ଯୋଗୁଁ ଦେଶରେ ରନ୍ଧନ ଗ୍ୟାସ୍‌ ଅଭାବ ସହିତ ତୈଳ ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଏହି ପରିସ୍ଥିତିରେ ଶକ୍ତି ସୁରକ୍ଷାକୁ କିପରି ନିଶ୍ଚିତ କରାଯାଇପାରିବ ଓ ତୈଳ ଯୋଗାଣ ସମସ୍ୟାକୁ କିପରି ସମାଧାନ କରାଯିବ, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମନ୍ଥନ କରିବେ।ବୈଠକରେ ‘ଟିମ୍‌ ଇଣ୍ଡିଆ’ ମନୋଭାବରେ ସମସ୍ତ ରାଜ୍ୟ ଏକଜୁଟ୍‌ ହୋଇ ଏହି ସମସ୍ୟାକୁ ମୁକାବିଲା କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

କରୋନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ସମନ୍ୱୟ ଯେପରି ସଫଳ ହୋଇଥିଲା, ସେହି ଅଭିଜ୍ଞତାକୁ ଆଧାର କରି ଏବେର ସମସ୍ୟାକୁ ମଧ୍ୟ ସମ୍ମିଳିତ ଭାବେ ମୁକାବିଲା କରିବାକୁ ପରାମର୍ଶ ଦିଆଯିବ। ଏହା ସହିତ ଯେଉଁ ରାଜ୍ୟଗୁଡିକରେ ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ସେହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ ନାହିଁ। ପରିବର୍ତ୍ତେ ସେହି ରାଜ୍ୟର ମୁଖ୍ୟ ସଚିବମାନେ କ୍ୟାବିନେଟ୍‌ ସଚିବଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *