Fri. Apr 17th, 2026

ନ୍ୟୁଜ ଡେକ୍ସ : କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ରାହୁଲ ଗାନ୍ଧୀ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଡାକ୍ତରଖାନାରେ ତାଙ୍କ ମାଆଙ୍କ ପାଖରେ ରହି ସେ ଏକ ଛୋଟ ସୋଫାରେ ଶୋଇଥିଲେ ଏବଂ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଚିନ୍ତିତ ଥିଲେ।

ରାହୁଲ କହିଛନ୍ତି ଯେ ଏହି କଠିନ ସମୟରେ କେରଳର ଜଣେ ନର୍ସ ତାଙ୍କ ମାଆଙ୍କର ବହୁତ ଭଲ ଯତ୍ନ ନେଉଥିଲେ। ପ୍ରତି ଘଣ୍ଟାରେ ସେ ଆସି ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବାରୁ ସେ ଆଶ୍ୱସ୍ତି ଅନୁଭବ କରିଥିଲେ।ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅସୁବିଧା କାରଣରୁ ବୁଧବାର ସଂସଦ ଭବନରେ ହୋଇଥିବା ସର୍ବଦଳୀୟ ବୈଠକରେ ରାହୁଲ ଗାନ୍ଧୀ ଯୋଗ ଦେଇପାରିନଥିଲେ। ତାଙ୍କର ନିର୍ଦ୍ଧାରିତ କେରଳ ଗସ୍ତ ମଧ୍ୟ ବାତିଲ ହୋଇଥିଲା।

ତାଙ୍କ ସ୍ଥାନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବୈଠକରେ ଯୋଗ ଦେଇଥିଲେ, ଯେତେବେଳେ ରାହୁଲ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧନ କରିଥିଲେ। ଭିଡିଓ ବାର୍ତ୍ତାରେ ରାହୁଲ କେରଳର ନର୍ସମାନଙ୍କ ସେବାଭାବକୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ ଦିନ ରାତି ନିର୍ବିକଳ୍ପ ଭାବେ ସେମାନେ ରୋଗୀଙ୍କ ସେବାରେ ନିଯୁକ୍ତ ରହନ୍ତି। ସେ କହିଥିଲେ ଯେ କେବଳ କେରଳରେ ନୁହେଁ, ସାରା ଦେଶ ଓ ବିଶ୍ୱରେ କେରଳର ନର୍ସମାନେ ଲୋକଙ୍କୁ ସବୁଠାରୁ କଠିନ ସମୟରେ ସାନ୍ତ୍ୱନା ଦେଇଥାନ୍ତି, ଯାହାକୁ ସେ କେରଳର ପରିଚୟ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *