ନ୍ୟୁଜ ଡେକ୍ସ : ପୂର୍ବତଟ ରେଳପଥ ପକ୍ଷରୁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଉଥିବାରୁ ରାଜ୍ୟରେ ଏକାଧିକ ଟ୍ରେନ୍ର ଚଳାଚଳ ସାମୟିକ ଭାବେ ବାତିଲ କରାଯାଇଛି। ବିଶେଷ କରି ସମ୍ବଲପୁର-ମାନେଶ୍ୱର ସେକ୍ସନରେ କାର୍ଯ୍ୟ ଚାଲିଥିବାରୁ କିଛି ଏକ୍ସପ୍ରେସ୍ ଟ୍ରେନ୍ ବାତିଲ ହୋଇଥିବାବେଳେ, ସମ୍ବଲପୁର-ବଲାଙ୍ଗୀର ରୁଟ୍ରେ ବ୍ରିଜ୍ ପୁନଃନିର୍ମାଣ କାମ ଯୋଗୁଁ କିଛି ପାସେଞ୍ଜର ଟ୍ରେନ୍କୁ ମଧ୍ୟ ବନ୍ଦ ରଖାଯାଇଛି।
ଶୁକ୍ରବାର ପୂର୍ବତଟ ରେଳପଥ ପକ୍ଷରୁ ଜାରି ସୂଚନା ଅନୁସାରେ, ଟ୍ରେନ୍ ନମ୍ବର ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ୍ ତା ୧୭, ୧୯, ୨୦ ଓ ୩୧ ମେ, ୨୦୨୬ ରେ ବାତିଲ ରହିବ। ସେହିପରି ଟ୍ରେନ୍ ନମ୍ବର ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ୍ ମଧ୍ୟ ଏହି ତାରିଖଗୁଡ଼ିକରେ ଚଳାଚଳ କରିବ ନାହିଁ।ସେହିଭଳି ସମ୍ବଲପୁର-ବଲାଙ୍ଗୀର ରୁଟ୍ର ହୀରାକୁଦ-ଗୋଡ଼ଭଗା ସେକ୍ସନରେ ଥିବା ବ୍ରିଜ୍ ନମ୍ବର ୮୦ର ପୁନଃନିର୍ମାଣ କାର୍ଯ୍ୟ ଚାଲିଥିବାରୁ ୧୬ ମେ, ୨୦୨୬ ରେ କେତେକ ପାସେଞ୍ଜର ଟ୍ରେନ୍ ସେବା ସାମୟିକ ଭାବେ ବାତିଲ ହୋଇଛି।
ବାତିଲ ହୋଇଥିବା ପାସେଞ୍ଜର ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି ଟ୍ରେନ୍ ନମ୍ବର ୫୮୩୦୩/୫୮୩୦୪ ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର, ଟ୍ରେନ୍ ନମ୍ବର ୫୮୨୧୩/୫୮୨୧୪ ବିଳାସପୁର-ଟିଟିଲାଗଡ଼-ବିଳାସପୁର ପାସେଞ୍ଜର ଏବଂ ଟ୍ରେନ୍ ନମ୍ବର ୫୮୨୧୭/୫୮୨୧୮ ଟିଟିଲାଗଡ଼-ରାୟପୁର-ଟିଟିଲାଗଡ଼ ପାସେଞ୍ଜର।ରେଳବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଟ୍ରେନ୍ ସେବାରେ ହୋଇଥିବା ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରା ଆରମ୍ଭ ପୂର୍ବରୁ ଏନ୍ଟିଇଏସ୍ ଓ ସରକାରୀ ରେଳ ଅନୁସନ୍ଧାନ ସେବା ମାଧ୍ୟମରେ ଟ୍ରେନ୍ର ସଠିକ୍ ସୂଚନା ଯାଞ୍ଚ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।

