Sun. Apr 19th, 2026

ନ୍ୟୁଜ ଡେକ୍ସ :ଦୀର୍ଘ ପ୍ରାୟ ୬ ବର୍ଷ ପରେ ଏବେ ପୁଣି ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ମନ୍ଦିର। ଆସନ୍ତା ଡିସେମ୍ବର ୧ ତାରିଖରୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିପାରିବେ। ଏନେଇ ସମସ୍ତ ପ୍ରସ୍ତୁତି ସାରିଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଯେ, କୋଭିଡ ମହାମାରୀ ପରଠାରୁ ଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିଲା।

ଏହାର ফলରେ ଦୀର୍ଘ ବର୍ଷ ଧରି ସର୍ବସାଧାରଣ ଦର୍ଶନରୁ ବଞ୍ଚିତ ହୋଇରହିଥିଲେ। ଏବେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଓ ପରିସ୍କାର–ପରିଚ୍ଛନ୍ନତା ସହ ମନ୍ଦିର ଖୋଲିବାକୁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି।ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଜବରଦଖଲ ହଟାଯାଇଛି। ମନ୍ଦିର ପରିସରର ସୁରକ୍ଷା ଓ ପରିଚାଳନା ପାଇଁ ଟେଣ୍ଡର ନ ଦିଆଯାଇ, ଶ୍ରୀମନ୍ଦିର ପ୍ରଶାସନ ନିଜେ ସମ୍ପୂର୍ଣ୍ଣ ପରିଚାଳନା କରିବ।

ଟିକେଟ୍ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା ହେବ ନା ନାହିଁ, ସେନେଇ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମଧ୍ୟ ଜଣାଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଗୁଣ୍ଡିଚା ମନ୍ଦିର ଖୋଲିବା ଖବର ମିଳିବା ପରେ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଦୀର୍ଘ ଅପେକ୍ଷା ପରେ ପୁଣି ମାଆ ଗୁଣ୍ଡିଚାଙ୍କ ଦର୍ଶନ ମିଳିବାକୁ ନେଇ ଭକ୍ତମାନେ ଉତ୍ସାହିତ ରହିଛନ୍ତି।

Leave a Reply

Your email address will not be published. Required fields are marked *