Sat. Feb 21st, 2026

ନ୍ୟୁଜ ଡେସ୍କ: ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି । ପାରାଦୀପର ଆୟୋଜିତ ରାବଣ ପେଡ଼ିା

ଉତ୍ସବରେ ନାଁ ନ ନେଇ ତେରଛା ବାଣ ମାରିଛନ୍ତି ମନ୍ତ୍ରୀ। ଶ୍ରମିକ ନେତା ତଥା ବିଜେଡିର ଜଣେ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଛନ୍ତି ଶିଳ୍ପ ମନ୍ତ୍ରୀ । ମୁନ୍ନା ପତି, ମହେନ୍ଦ୍ର ସ୍ବାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟକୃତ ରାବଣ ଏଠି ବୁଲୁଛନ୍ତି। ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ତାଙ୍କୁ ତାଙ୍କ ସ୍ଥାନ ଦେଖାଇ ଦିଆଯିବ।

ଏହା ପାରାଦୀପବାସୀଙ୍କ ପାଖରେ ମୋର ସଂକଳ୍ପ ବୋଲି ଟାର୍ଗେଟ କରି କହିଛନ୍ତି ମନ୍ତ୍ରୀ।ମନ୍ତ୍ରୀ କହିଛନ୍ତି, ଦାମ ବାବୁ ସ୍ବାଭିମାନୀ ନେତା ଥିଲେ, ତାଙ୍କ ଆତ୍ମା ଉପରେ କାନ୍ଦୁଥିବ। ତାଙ୍କ ବାପା ହତ୍ୟାକାରୀଙ୍କୁ ପାଖ ପୂରାଇ ଦେଉ ନ ଥିଲେ। କିନ୍ତୁ ତାଙ୍କ ପୁଅ ଏବେ ତାଙ୍କୁ ସାଥିରେ ଧରି ବୁଲୁଛନ୍ତି ବୋଲି କହି କଟାକ୍ଷ କରି କହିଛନ୍ତି ସମ୍ପଦ ସ୍ବାଇଁ।

Leave a Reply

Your email address will not be published. Required fields are marked *