ନ୍ୟୁଜ ଡେକ୍ସ : ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ଆସନ୍ତା ଫେବୃଆରୀ ୨୬ ତାରିଖରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଚାଲିଛି। ସେମାନଙ୍କ ବିବାହ କାର୍ଡ ଲିକ୍ ହୋଇ ଭାଇରାଲ ହେଉଥିବା ସୂଚନା ମିଳିବା ପରେ ଏହି ଖବର ଆଉ ଗରମ ହୋଇଯାଇଛି।ସୂତ୍ର ଅନୁସାରେ ବିବାହ ସ୍ଥାନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ଉଭୟ ଉଦୟପୁରରେ ବିବାହ କରିପାରନ୍ତି ବୋଲି କୁହାଯାଉଛି। ଏହି ବିବାହ ଅତ୍ୟନ୍ତ ନିଜସ୍ୱ ଭାବେ ଆୟୋଜିତ ହେବାର ସମ୍ଭାବନା ଥିବା ବେଳେ ପରିବାର, ନିକଟତମ ବନ୍ଧୁ ଏବଂ ସମ୍ପର୍କୀୟମାନେ ମାତ୍ର ଯୋଗଦେବେ।କିଛି ମାସ ଧରି ରଶ୍ମିକା ଓ ବିଜୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା। ସମସ୍ତ ପ୍ରସ୍ତୁତି ହୋଇସାରିଥିବା ସତ୍ତ୍ୱେ ଦୁହେଁ ଏହାକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବା କୁହାଯାଉଛି। ବିବାହ କାର୍ଯ୍ୟକ୍ରମ ଉଦୟପୁର କିମ୍ବା ବଞ୍ଜାରା ହିଲ୍ସରେ କରାଯିବାକୁ ନେଇ ମଧ୍ୟ ଆଲୋଚନା ଚାଲିଛି। ଏହାସହ ବିବାହ ପରେ ମାର୍ଚ୍ଚ ୩ ତାରିଖ ସନ୍ଧ୍ୟା ୭ଟାରୁ ହାଇଦ୍ରାବାଦରେ ଏକ ରିସେପ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ସୂଚନା ମିଳିଛି। ଏହା ପୂର୍ବରୁ ୨୦୨୫ ଅକ୍ଟୋବରରେ ଉଭୟ ନିର୍ବନ୍ଧ କରିଥିବା ମଧ୍ୟ ଜଣାପଡ଼ିଛି।ବିଜୟଙ୍କ ଫିଲ୍ମ ଦି ଗର୍ଲଫ୍ରେଣ୍ଡର ସଫଳତା ପାର୍ଟି ସମୟରେ ରଶ୍ମିକାଙ୍କ ସହ ତାଙ୍କର ନିକଟତା ଓ ଏକ ଭାଇରାଲ ଭିଡିଓରେ ବିଜୟ ରଶ୍ମିକାଙ୍କ ହାତକୁ ଚୁମ୍ବନ କରୁଥିବା ଦୃଶ୍ୟ ଦେଖାଯିବା ପରେ ଦୁହେଁଙ୍କ ବିବାହ ଖବରକୁ ଆଉ ଅଧିକ ବଳ ମିଳିଛି।

