ନ୍ୟୁଜ ଡେକ୍ସ : ଭାରତୀୟ ଆୟକର ବିଭାଗ ପକ୍ଷରୁ ମାର୍ଚ୍ଚ ୨୦୨୬ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୂତନ ବିଜ୍ଞପ୍ତି ଓ ନିୟମ ଜାରି କରାଯାଇଛି। ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଥିବା ପରିପ୍ରେକ୍ଷିତରେ ସରକାର ଆଧାର ସହିତ ପାନ୍ ଲିଙ୍କ୍ କରିବାକୁ ଶେଷ ସୁଯୋଗ ଦେଇଛନ୍ତି। ନୂତନ ନିର୍ଦ୍ଦେଶ ଅନୁଯାୟୀ, ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଯଦି କୌଣସି ବ୍ୟକ୍ତି ନିଜର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ସେହି ପାନ୍ କାର୍ଡ ଅକାମୀ ହୋଇଯିବ।
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲିଙ୍କିଂ ପ୍ରକ୍ରିୟା ପାଇଁ ୧,୦୦୦ ଟଙ୍କା ଜୋରିମାନା ଦେଇ ସୁବିଧା ଉପଲବ୍ଧ ରହିଛି। ଯଦି ପାନ୍ କାର୍ଡ ଅକାମୀ ହୋଇଯାଏ, ତେବେ ବ୍ୟାଙ୍କିଂ ସମ୍ପର୍କିତ ଅନେକ କାରବାରରେ ବାଧା ସୃଷ୍ଟି ହେବା ସହ ଟ୍ୟାକ୍ସ ରିଫଣ୍ଡ ପାଇବାରେ ମଧ୍ୟ ସମସ୍ୟା ହେବ।
ଏହା ସହିତ, ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆୟକର ରିହାତି ପାଇବାକୁ ଇଚ୍ଛୁକ କରଦାତାମାନଙ୍କୁ ୩୧ ମାର୍ଚ୍ଚ ୨୦୨୬ ପୂର୍ବରୁ ସମସ୍ତ ପୁଞ୍ଜି ନିବେଶ ଓ ସେଭିଂସ୍ ପ୍ରକ୍ରିୟା ସମାପ୍ତ କରିବାକୁ ଆହ୍ୱାନ କରାଯାଇଛି। ଏହି ସମୟସୀମା ମଧ୍ୟରେ ନିବେଶ ନକରିଲେ କର ରିହାତିର ସୁବିଧା ମିଳିବ ନାହିଁ।ସରକାରଙ୍କ ଏହି ନିର୍ଦ୍ଦେଶକୁ ମନେ ରଖି ସମୟରେ ଆବଶ୍ୟକ ପଦକ୍ଷେପ ନେବାକୁ କରଦାତାମାନଙ୍କୁ ପରାମର୍ଶ ଦିଆଯାଇଛି।

