Mon. Dec 23rd, 2024

ନ୍ୟୁଜ ଡେକ୍ସ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ମିଳିଥିବା ଖବର ଅନୁସାରେ ମୁମ୍ବାଇ ଟ୍ରାଫିକ ପୁଲିସ କଣ୍ଟ୍ରୋଲ ରୁମକୁ ଏନେଇ ଏକ ମେସେଜ ଆସିଛି। ମେସେଜ ପଠାଇଥିବା ବ୍ୟକ୍ତି ୨ କୋଟି ଟଙ୍କା ଦାବି କରିଛି। ଯଦି ଟଙ୍କା ନମିଳେ, ତେବେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି। ସୂଚନା ମୁତାବକ, ମଙ୍ଗଳବାର ସକାଳେ ମୁମ୍ବାଇ ପୁଲିସର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ହ୍ୱାଟ୍ସଆପ୍‌ ଜରିଆରେ ଏକ ଧମକ ପୂର୍ଣ୍ଣ ବାର୍ତ୍ତା ମିଳିଛି ।

ବାର୍ତ୍ତା ପଠାଇଥିବା ବ୍ୟକ୍ତି ୨ କୋଟି ଟଙ୍କା ଦାବି କରିଛନ୍ତି । ଧମକ ଦିଆଯାଇ ଏଥିରେ ଲେଖାଯାଇଛି, ଟଙ୍କା ନଦେଲେ ସଲମାନ୍‌ ଖାନ୍‌ଙ୍କୁ ଜୀବନରୁ ମାରିଦେବୁ । ଏହି ମାମଲାରେ ପୁଲିସ ଅଜଣା ବ୍ୟକ୍ତି ବିରୁଦ୍ଧରେ ବିଏନଏସର ଧାରା ୩୫୪(୨) ଓ ୩୦୮(୪) ସହ ମାମଲା ରୁଜୁ କରାଯାଇଛି । ଚଳିତ ମାସର ଆରମ୍ଭରେ ସଲମାନ୍‌ ଖାନ୍‌ଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଥିଲା । ମୁମ୍ବାଇ ଟ୍ରାଫିକ୍‌ ପୁଲିସ ହ୍ୱାଟ୍ସଆପ୍‌ ନମ୍ବରକୁ ଧମକ ପୂର୍ଣ୍ଣ ବାର୍ତ୍ତା ଆସିଥିଲା । ଏଥିରେ ସଲମାନ୍‌ ଖାନ୍‌ଙ୍କୁ ୫ କୋଟି ଟଙ୍କା ଦାବି କରାଯାଇଥିଲା । ସଲମାନ୍‌ ଖାନ୍‌ଙ୍କୁ ଲଗାତାର କିଛି ମାସ ହେବ ବାରମ୍ବାର ହତ୍ୟା ଧମକ ମିଳୁଛି ।

ସଲମାନ ଖାନଙ୍କୁ ଏହା କେବଳ ଗୋଟିଏ ଦିନରେ ମିଳିଥିବା ଦ୍ୱିତୀୟ ଧମକ। ମଙ୍ଗଳବାର ଦିନ ସଲମାନ ଖାନ ଏବଂ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ବିଧାୟକ ପୁଅ ଜିଶାନ ସିଦ୍ଦିକିଙ୍କୁ ଆଉ ଏକ ହତ୍ୟା ଧମକ ମିଳିଥିଲା। ଉଭୟଙ୍କୁ ଟଙ୍କା ମଧ୍ୟ ମଗାଯାଇଥିଲା। ଏହି ମାମଲାରେ ପୁଲିସ ନୋଏଡାରୁ ମହମ୍ମଦ ତୈୟାବ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତ ଦିଲ୍ଲୀର ବାସିନ୍ଦା। ସେକ୍ଟର ୩୯ ଥାନା ଅଞ୍ଚଳରୁ ତାକୁ ଗିରଫ କରାଯିବା ପରେ ମୁମ୍ବାଇ ପୁଲିସ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି।

Leave a Reply

Your email address will not be published. Required fields are marked *