Mon. Dec 23rd, 2024

ନ୍ୟୁଜ ଡେସ୍କ: ନିର୍ବାଚନ ପରାଜୟ ପରେ ବିଜେଡିକୁ ଘୋଟି ଆସିଛି ଘନ ଅନ୍ଧକାର । ନବୀନଙ୍କୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା । ଯେଉଁ ଦଳକୁ 24 ବର୍ଷ ଧରି ନବୀନ ମଜବୁତ୍ କରି ଓଡ଼ିଶାରେ ରଖିଥିଲେ ସେହି ଦଳ ଏବେ ନବୀନଙ୍କ ଆଖି ଆଗରେ ଭାଙ୍ଗି ଭାଙ୍ଗି ଯାଉଛି । ଅର୍ଥାତ ଦଳ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ପରାଜୟ ପର ଠୁ ଅନେକ ନେତା ଦଳ ଛାଡିଛନ୍ତି ।

ହେଲେ ଏବେ ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦଳରେ ଇସ୍ତଫା ଦେଇ ବିଜେଡି ଗୁମର ଖୋଲିଛନ୍ତି । ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ବିଜେଡି ଛାଡ଼ିବା ପରେ ସୁନନ୍ଦା ଦେଇଛନ୍ତି ବିସ୍ପୋରକ ବୟାନ । ବିଜେଡିକୁ ଅଫିସର ଚଳାଉଥିଲେ। ଆଉ କିଏ ଟିକେଟ ପାଇବେ, ସେନେଇ ଅଫିସର ହିଁ ନିଷ୍ପତି ନେଉଥିଲେ। ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଦଳରେ ଅଲୋଡା ହୋଇ ପଡିଥିବା ଦର୍ଶାଇ ଇସ୍ତଫା ଦେଇଥିଲେ ବି, ସୁନନ୍ଦା ବିଜେଡି ଟିକେଟ ବଣ୍ଟାର ଗୁମର ଫିଟାଇଛନ୍ତି । ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ନାଁ ନେଇଛନ୍ତି ସୁନନ୍ଦା। ଅସନ୍ତୋଷ ଝାଡି କହିଛନ୍ତି, ଟିକେଟ ପାଇଁ ଡିଏସ କୁଟ୍ଟେ ଓ ଆଶିଷ୍ ସିଂଙ୍କୁ ଦେଖା କରିବାକୁ କହିଥିଲେ ବବି। ସେ ମଧ୍ୟ ଉଭୟ ଅଧିକାରୀଙ୍କ ଦେଖା କରିଥିଲେ। ହେଲେ, ପରବର୍ତ୍ତୀ ସମୟରେ ତାଙ୍କ ଟିକେଟ କାଟି ଦିଆଯାଇଥିଲା। ଏଥିସହ ବିଧାୟକ ଓ ବିଧାୟିକାଙ୍କ ରିପୋର୍ଟ ଆଇଆଇସି ଓ ଏସପି ଦେଉଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁନନ୍ଦା। ଖାଲି ସେତିକି ନୁହେଁ, ବବି ଦାସଙ୍କ ଉପରେ ବର୍ଷିବା ସହ ତାଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁନନ୍ଦା।

ବବି ଦାସ ଯଦି ଏତେ ଦକ୍ଷ ଥିଲେ, ତା ହେଲେ ତାଙ୍କ ମାଆ କେମିତି ହାରିଲେ? ଯାଜପୁରର ଅନ୍ୟ ଆସନରେ ବିଜେଡି କେମିତି ହାରିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଦଳୀୟ ନିଷ୍ପତି ନବୀନ ନେଉନାହାନ୍ତି ଏକ କୋର ଗ୍ରୁପ୍ ସବୁକିଛି କରୁଥିବାରୁ ଦଳ ହାରିଲା ବୋଲି ସେ କହିଛନ୍ତି। କୋର ଗ୍ରୁପରେ ବବି ଓ ପାଣ୍ଡିଆନ ରହିଥିଲେ। ଭୁଲ କ୍ୟାଣ୍ଡିଡେଟ ଓ ମନ ଇଛା ଟିକେଟ୍ ବଣ୍ଟନ ଯୋଗୁଁ ଦଳ ହାରିଲା। ଏପରିକି ଯଦୁ ବଂଶ ଧ୍ବଂସ ପାଇବା ଭଳି ବିଜେଡି ଭାଙ୍ଗିଯିବ ବୋଲି କହିଛନ୍ତି। ତେବେ ସୁନନ୍ଦାଙ୍କ ବିସ୍ପୋରକ ବୟନ ଏବେ ବିଜେଡି ଶିବିରରେ ହଲଚଲ ସୃଷ୍ଠି କରିଛି । ଲୋକେ ସୁନନ୍ଦାଙ୍କ ବୟାନ ଶୁଣି ମୁଣ୍ଡରେ ହାତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *