ନ୍ୟୁଜ ଡେକ୍ସ: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ବୟାନକୁ ନେଇକଟାକ୍ଷ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଆଇସିୟୁରେ ବିଜେଡି। ଏବେ ସାଲାଇନ୍ ଲାଗିଛି। ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ। ସ୍ଵାଗତ। କିନ୍ତୁ ବିଜେଡି ଦଳ ରହିଲେ ତ। ବିଜେଡିର ଆୟୁଷ ବହୁତ କମ୍। ଏବେ ତ ବିଜେଡ଼ି ସାଲାଇନ ଓ ଆଇସିୟୁରେ ଅଛି।
ଦଳ ଯେହେତୁ ଭାଙ୍ଗିଯାଉଛି, ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି। ନେତୃତ୍ୱ କାହିଁ? ବିଜେଡି ତ ଲିଜ୍ ରେ ଚାଲିଥିଲା। କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଇଥିଲେ। ବିଜେଡିରେ କୌଣସି କର୍ମୀଙ୍କ କଥା ରହିଲାନି। ସେ କହିଛନ୍ତି, ଆଇସିୟୁରେ ବିଜେଡି। ଏବେ ସାଲାଇନ୍ ଲାଗିଛି। ଅତନୁ ବାବୁ କହୁଛନ୍ତି ବିଜେଡି କଂଗ୍ରେସ ସହିତ ମିଶି ପୁଣି ସରକାର କରିବ। ଆମେ ସ୍ଵାଗତ କରୁଛୁ । ହେଲେ ବିଜେଡି ଦଳ ରହିଲେ ତ। ବିଜେଡିର ଆୟୁଷ ତ ବହୁତ କମ୍। ଏବେ ତ ବିଜେଡି ସାଲାଇନ ଲାଗିଲାଣି, ଆଇସିୟୁରେ ଅଛି। ଆଉ ସରକାରକୁ ଆସିବାକୁ ବିଜେଡିରେ ନେତୃତ୍ୱ କାହିଁ? ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ସେ କହିଛନ୍ତି ବିଜେଡି ଲିଜରେ ଚାଲିଥିଲା। କେତେବେଳେ ପ୍ୟାରୀ ଆଉ କେତେବେଳେ ପାଣ୍ଡିଆନ୍ ଦଳର ଲିଜ୍ ନେଇଥିଲେ। ବିଜେଡିରେ କୌଣସି କର୍ମୀଙ୍କ କଥା ରହିଲାନି।
ଦଳ ଯେହେତୁ ଭାଙ୍ଗିଯାଉଛି, ତାକୁ ବଞ୍ଚାଇବାକୁ ଏଭଳି କହୁଛନ୍ତି ଅତନୁ ବୋଲି କଟାକ୍ଷ କରିଛନ୍ତି ଜୟନାରାୟଣ । କିନ୍ତୁ ଅତନୁଙ୍କ ଏଭଳି ଗଣିତ ଉପରେ ଜବାବ ରଖିଥିଲେ ମହାକାଳପଡ଼ାର ବିଜେପି ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ। ସେ ଏହାକୁ ପ୍ରତ୍ୟାଖ୍ୟାତ ନେତାଙ୍କ ବାଚାଳାମି ବୋଲି କହିବା ସହିତ ନିଜ ପାଦ ତଳୁ ମାଟି ଖସିଯାଉଥିବା ଜାଣିପାରି ଅତନୁ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ଲୋକମାନେ କିନ୍ତୁ ଠିକ୍ କ’ଣ ତାହା ଜାଣିଛନ୍ତି। ଦୁଇ ନେତାଙ୍କ ଏଭଳି ଆକ୍ଷେପ-ପ୍ରତିଆକ୍ଷେପ ଜିଲ୍ଲା ରାଜନୀତିକୁ ସରଗରମ କରିଛି।