Sat. Apr 18th, 2026

ନ୍ୟୁଜ ଡେକ୍ସ: ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ଅଟକ ରଖିଛି ଯାଜପୁର ଟାଉନ ପୁଲିସ। ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣିଥିଲା ପୁଲିସ।

ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଥିବା ଜଣାଯାଇଛି। ସୂଚନାନୁଯାୟୀ, ଭବପ୍ରସାଦ ଦାସ ବିରଜା ହାଟରେ ଜଣେ ବ୍ୟବସାୟୀ ମଦନ ନାୟକଙ୍କୁ ଆକ୍ରମଣ କରିବା ସହ ତାଙ୍କ ପରିବା ଫିଙ୍ଗି ଦେଇଥିଲେ। ତାଙ୍କ ପକେଟରେ ଥିବା ୧୨ ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ।

ଏନେଇ ବ୍ୟବସାୟୀ ଜଣଙ୍କ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଭବ ପ୍ରସାଦଙ୍କୁ ଅଟକ ରଖିଛି। ତାଙ୍କ ନାମରେ ୨ ଜଣ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ୪ଟି ପୃଥକ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *