ନ୍ୟୁଜ ଡେକ୍ସ: ନାଗିନ ଡାନ୍ସ କରିବାକୁ ମଦ ପିଇଥିଲେ ବରଯାତ୍ରୀ। ୪୦ ବରଯାତ୍ରୀଙ୍କୁ ଉଠାଇନେଲା ପୋଲିସ। ଏପରି ଘଟଣା ଘଟିଛି ବିହାରରେ। କାରଣ ବିହାରରେ ୨୦୧୬ ମସିହାରୁ ମଦ୍ୟପାନ, ବିକ୍ରି ଏବଂ ଚାଲାଣ ସବୁକିଛି ବ୍ୟାନ କରାଯାଇଛି। ଏହା ସତ୍ତ୍ୱେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ୪୦ ଜଣ ବରଯାତ୍ରୀ ମଦ୍ୟପାନ କରି ନାଚ କରୁଥିଲେ।
ଏହି ଅଭିଯୋଗରେ ପୋଲିସ ୪୦ ଜଣଙ୍କୁ ଗିରଫ କରିଛି । ପ୍ରକାଶ ଥାଉକି, ବିହାରରେ ୨୦୧୬ ମସିହାରୁ ମଦ୍ୟପାନ, ବିକ୍ରି ଏବଂ ଚାଲାଣ ସବୁକିଛି ବ୍ୟାନ କରାଯାଇଛି।ଏହା ସତ୍ତ୍ୱେ ଅଧିକାଂସ ସମୟରେ ମଦମୃତ୍ୟୁର କରୁଣ ଚିତ୍ର ସାମ୍ନାକୁ ଆସେ। ଏହାକୁ ରୋକିବା ପାଇଁ ପୁଲିସ ଏବଂ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢାଉ କରୁଛନ୍ତି। ଏହି କ୍ରମରେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି।
ପୁଲିସର କହିବା ଅନୁସାରେ, ୪୦ ଜଣ ବରଯାତ୍ରୀଙ୍କ ବ୍ୟତୀତ ଅନ୍ୟ ସାତ ଜଣ ମଦ ବ୍ୟବସାୟୀ ମଧ୍ୟ ଗିରଫ ହୋଇଛନ୍ତି। ବରଯାତ୍ରୀମାନେ ସେମାନଙ୍କ ଠାରୁ ମଦ ଆଣିଥିଲେ। ସେମାନେ ମଦ ପିଇବା ପରେ ଅନ୍ୟମାନଙ୍କୁ ଦେବା ପାଇଁ ମଧ୍ୟ ମଦ ବୋତଲ ଆଣିଥିଲେ। ପୁଲିସ ସେମାନଙ୍କୁ ଗିରଫ କରାଯିବା ସହ ୨ଟି ଗାଡ଼ି ଜବତ କରିଛି ପୁଲିସ।